Attack: ହର୍ମୁଜ୍ ନିକଟରେ ଭାରତୀୟ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ: ଭାରତ ଦେଲା କଡ଼ା ଚେତାବନୀ

ବୁଧବାର ଦିନ ଓମାନ ଉପକୂଳରେ ଏକ ଭାରତୀୟ ପତାକା ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଏକ ବିବୃତି ଜାରି କରି କହିଛି ଯେ ଏପରି ଆକ୍ରମଣକୁ ସହ୍ୟ କରାଯାଇପାରିବ ନାହିଁ।

ନୂଆଦିଲ୍ଲୀ: ବୁଧବାର ଦିନ ଓମାନ ଉପକୂଳରେ ଏକ ଭାରତୀୟ ପତାକା ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଏକ ବିବୃତି ଜାରି କରି କହିଛି ଯେ ଏପରି ଆକ୍ରମଣକୁ ସହ୍ୟ କରାଯାଇପାରିବ ନାହିଁ। ଏହା ଅସ୍ବୀକାର୍ଯ୍ୟ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସରକାରୀ ବିବୃତୀ ଅନୁଯାୟୀ, ବୁଧବାର ଦିନ ଓମାନ ଉପକୂଳରେ ଏକ ଭାରତୀୟ ପତାକା ଜାହାଜ ଉପରେ ହୋଇଥିବା ଆକ୍ରମଣ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଆମେ ବାଣିଜ୍ୟିକ ଜାହାଜ ଏବଂ ସାଧାରଣ ନାବିକମାନଙ୍କୁ ଲଗାତାର ଟାର୍ଗେଟ କରାଯାଉଥିବା ଘଟଣାର ନିନ୍ଦା କରୁଛୁ।

ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସ୍ବାଲ ସମସ୍ତ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତଥିବା ନିଶ୍ଚିତ କରି ଓମାନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି। ବିବୃତିରେ କୁହାଯାଇଛି ଯେ ଜାହାଜରେ ଥିବା ଭାରତୀୟ କ୍ରୁ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିଥିବା ପାଇଁ ଆମେ ଓମାନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଉଛୁ। ଭାରତ ବାଣିଜ୍ୟିକ ଜାହାଜ ଚଳାଚଳକୁ ଟାର୍ଗେଟ କରିବା ଏବଂ ନିରୀହ ନାଗରିକ କ୍ରୁ ସଦସ୍ୟଙ୍କୁ ବିପଦରେ ପକାଇବା କିମ୍ବା ନୌପରିବହନ ଏବଂ ବାଣିଜ୍ୟର ସ୍ୱାଧୀନତାକୁ ବାଧା ଦେବାରୁ ନିବୃତ୍ତ ରହିବାର ଆବଶ୍ୟକତାକୁ ଦୋହରାଇଛି।

ଏହି ଗୁଜରାଟୀ ମାଲବାହୀ ଜାହାଜଟି ଓମାନ ଉପକୂଳରେ ହର୍ମୁଜ ପ୍ରଣାଳୀରେ ବୁଡ଼ି ଯାଇଛି। ‘ହାଜି ଅଲି’ ନାମକ ଏହି ଜାହାଜଟି ମେ’ ୧୩ ତାରିଖ ସକାଳେ ଓମାନ ଜଳପଥରେ ଗତି କରୁଥିଲା ବେଳେ ଏହା ଉପରେ ଏକ ଡ୍ରୋନ୍ କିମ୍ବା କ୍ଷେପଣାସ୍ତ୍ର ପରି ଅସ୍ତ୍ର ଆଘାତ କରିଥିଲା। ଦୁର୍ଘଟଣା ପରେ, ଜାହାଜରେ ନିଆଁ ଲାଗିଯାଇଥିଲା, କିନ୍ତୁ ଓମାନ ତଟରକ୍ଷୀ ବାହିନୀ ସମସ୍ତ ୧୪ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲା।

 

 

 

ସୌଜନ୍ୟ Prameya News7