ମହାନଗର

Juice: କ୍ରିଷ୍ଣା ଆୟୁର୍ବେଦର ‘ସି କେୟାର ଜୁସ୍‌’

ଭୁବନେଶ୍ବର: ବିଗତ କିଛି ବର୍ଷ ମଧ୍ୟରେ ପଲିସିଷ୍ଟିକ୍‌ ଓଭାରି ଡିଜର୍ଡର (ପିଓସିଡି) ଏକ ବଢ଼ୁଥିବା ମହିଳା ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହାର ଉପଚାର ପାଇଁ କ୍ରିଷ୍ଣା ଆୟୁର୍ବେଦ ପକ୍ଷରୁ ସି କେୟାର ଜୁସ୍‌ ଉନ୍ମୋଚନ କରାଯାଇଛି। ପ୍ରମାଣ ଆଧାରିତ ହର୍ବାଲ ଉପାଦାନକୁ ନେଇ ପ୍ରସ୍ତୁତ ଏହି ଜୁସ୍‌କୁ ପିଓସିଡି ପରିଚାଳନା ପାଇଁ ପ୍ରସ୍ତୁତ କରାଯାଇଛି।

ଦାରୁ ହଲଦୀ, ଅଶୋକ ଛାଲି, ଅଁଳା ଓ ଶୁଣ୍ଠି ଭଳି ୧୫ ପ୍ରକାର ହର୍ବାଲ ଉପାଦାନର ମିଶ୍ରଣରେ ଏହାକୁ ପ୍ରସ୍ତୁତ କରାଯାଇଛି ଯାହା ହର୍ମୋନ ଅସନ୍ତୁଳନ, ଇନସୁଲିନ ପ୍ରତିରୋଧ, ଜ୍ବଳନ ଓ ମେଟାବୋଲିକ୍‌ ବିକାରର ସମାଧାନ କରିବ। ଏଥିରେ ଥିବା ପ୍ରତିଟି ଉପାଦାନ ସ୍ବତନ୍ତ୍ର ଭାବେ ଭିନ୍ନ ଭିନ୍ନ ସମସ୍ୟାର ସମାଧାନ କରି ପ୍ରାକୃତିକ ଉପାୟରେ ପ୍ରଜନନ ସ୍ବାସ୍ଥ୍ୟରେ ଉନ୍ନତି ଆଣିବ। ଏ ସମ୍ପର୍କରେ କ୍ରିଷ୍ଣା ଆୟୁର୍ବେଦର ପ୍ରତିଷ୍ଠାତା ଶ୍ରବଣ ଡାଗା କହିଛନ୍ତି ଯେ କ୍ରିଷ୍ଣା ଆୟୁର୍ବେଦରେ ଆମର ଲକ୍ଷ୍ୟ ହେଉଛି ଆମର ପାରମ୍ପରିକ ଜ୍ଞାନ ବ୍ୟବସ୍ଥାରେ ଥିବା ସୁରକ୍ଷିତ, ପ୍ରଭାବଶାଳୀ ଓ ବିଜ୍ଞାନ ଆଧାରିତ ସମାଧାନ ଜରିଆରେ ମହିଳାମାନଙ୍କୁ ସଶକ୍ତ କରିବା।

ପ୍ରାକୃତିକ ଉପାୟରେ ହର୍ମୋନ ଅସନ୍ତୁଳନ ସମସ୍ୟାର ସମାଧାନ କରିବା ଦିଗରେ ସି କେୟାର ଜୁସ୍‌ ଏକ ପଦକ୍ଷେପ। ଏହି ଜୁସ୍‌କୁ ନେଇ ମହିଳାମାନଙ୍କଠାରେ ୯୦ ଦିନର ପରୀକ୍ଷଣ କରାଯାଇଥିଲା। ଜୁସ୍‌କୁ ଗ୍ରହଣ କରିଥିବା ମହିଳାଙ୍କ ବିଭିନ୍ନ ମାନଦଣ୍ଡରେ ଉଲ୍ଲେଖନୀୟ ଉନ୍ନତି ହୋଇଥିଲା। ପରୀକ୍ଷଣରେ ଭାଗ ନେଇଥିବା ୫୩ ପ୍ରତିଶତରୁ ଅଧିକ ମହିଳାଙ୍କ ହର୍ମୋନ ଅନୁପାତରେ ଉନ୍ନତି ଘଟିଥିଲା।

 

 

ସୌଜନ୍ୟ Prameya News7

Show More
Back to top button