ଭୁବନେଶ୍ବର ୧୬।୫: ନିର୍ବନ୍ଧ ପରଦିନ ପ୍ରେମିକାଙ୍କୁ ହତ୍ୟା ଘଟଣାରେ ସୁପାରୀ କିଲର ଗିରଫ । ସୁପାରୀ କିଲର ଲାଲୁ ଯାଦବକୁ ବିହାରରୁ ଗିରଫ କରିଛି ଜଗତସିଂହପୁର ପୋଲିସ । ନିର୍ବନ୍ଧ ପରଦିନ ପ୍ରେମିକାକୁ ପୂର୍ବତନ ପ୍ରେମିକ ମୁଗ ବିଲକୁ ଡାକି ହତ୍ୟା କରିଥିଲା ।
ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ସଦର ଥାନା କାଠିଆପଡ଼ା ଗାଁର ସସ୍ମିତା ଦାସ ହତ୍ୟାକାଣ୍ଡ ଘଟଣାରେ ଶୁକ୍ରବାର ଜଗତସିଂହପୁର ପୋଲିସ ସୁପାରୀ କିଲର ଲାଲୁ କୁମାର ଓରଫ ଲାଲୁ ଯାଦବକୁ ବିହାରର କଇମୁଡରୁ ଗିରଫ କରିଛି । ଶନିବାର ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଥିବା ବେଳେ ଅପରାହ୍ନରେ ତାକୁ କୋର୍ଟ ଚାଲାଣ କରାଯିବ । ଏ ନେଇ ଜଗତସିଂହପୁର ଏସ୍ପି ପ୍ରେସମିଟ୍ରେ ସୂଚନା ଦେବେ ।
କାଠିଆପଡ଼ା ଗାଁର ସସ୍ମିତା ଦାସଙ୍କର ଅନ୍ୟତ୍ର ନିର୍ବନ୍ଧ ହେବା ପରେ ଗତ ମାସ ୨୦ ତାରିଖ ତଥା ନିର୍ବନ୍ଧ ପରଦିନ ସସ୍ମିତାଙ୍କୁ ତାଙ୍କର ପୂର୍ବତନ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁ ଘର ପାଖ ମୁଗ ବିଲକୁ ଡାକି ସୁପରି କିଲର ସହ ମିଶି ଅତି ନିର୍ମମ ଭାବରେ ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ଉଭୟ ଫେରାର ହୋଇଯାଇଥିବା ବେଳେ ଜାମସେଦପୁରରୁ ହତ୍ୟାକାରୀ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁକୁ ଗିରଫ କରିଥିଲା ପୋଲିସ । ସୁପାରୀ କିଲର ଲାଲୁ କୌଶଳ କ୍ରମେ ଫେରାର ହୋଇଯାଇଥିଲା ।
ସୌଜନ୍ୟ Prameya News7

