ମୁମ୍ଵାଇ ୧୬।୦୫; ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତ୍ରିଶା କୃଷ୍ଣନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ତ୍ରିଶା ଚେନ୍ନାଇର ରୋହିଣୀ ସିଲଭର ସ୍କ୍ରିନ୍ ଥିଏଟରରେ ତାଙ୍କ ଚଳଚ୍ଚିତ୍ର ‘କରୁପ୍ପୁ’ ର ଏକ ସ୍କ୍ରିନିଂରେ ଯୋଗ ଦେଇଥିଲେ। ଚଳଚ୍ଚିତ୍ର ଶେଷ ହେବା ମାତ୍ରେ ସେ ଥିଏଟରରୁ ବାହାରକୁ ଆସିବା ମାତ୍ରେ ସେଠାରେ ପ୍ରଶଂସକମାନେ ତାଙ୍କୁ ଘେରି ଯାଇଥିଲେ। ଏହି ଗହଳି ମଧ୍ୟରେ ଜଣେ ପ୍ରଶଂସକ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା – ବିଜୟଙ୍କ ନାମ ନେଇଥିଲେ । ଏହା ପରେ ତ୍ରିଶାଙ୍କ ଯେଉଁ ରିଆକ୍ସନ ଆସିଛି ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବିଜୟଙ୍କ ନାଁ ଶୁଣି ଲାଜେଇଲେ ତ୍ରିଶା
ଭାଇରାଲ୍ ଭିଡିଓରେ, ଜଣେ ପ୍ରଶଂସକ ତ୍ରିଶାଙ୍କୁ ଡାକି କହୁଛନ୍ତି, “ଦୟାକରି ଥାଲାପଥିଙ୍କୁ କୁହନ୍ତୁ ଯେ ମୁଁ ତାଙ୍କ ବିଷୟରେ ପଚାରିଥିଲି।” ଏହା ଶୁଣି ତ୍ରିଶା ଲାଜେଇକି ହସି ଦେଇଥିଲେ । ପରେ ଉତ୍ତର ଦେଇ କହିଥିଲେ,”ନିଶ୍ଚିତ” । ତା’ପରେ ସେ ତାଙ୍କ ଫୋନରେ କାହାକୁ ଏକ ମେସେଜ୍ ପଠାଉଥିବାର ନଜର ଆସିଥିଲେ ।। ଏହି ଆଲୋଚନା ସମୟରେ ତ୍ରିଶା ତାଙ୍କ କାର ଭିତରେ ବସିଥିଲେ -ଏକ କଳା ଟି-ସାର୍ଟ ଏବଂ ଜିନ୍ସ ପିନ୍ଧିଥିଲେ ଏବଂ ସେହି ମୁହୂର୍ତ୍ତରୁ ତାଙ୍କର ପ୍ରତିକ୍ରିୟା ଭାଇରାଲ ହୋଇଛି।
ଶପଥ ଗ୍ରହଣରେ ଥିଲେ ଚର୍ଚ୍ଚାରେ
ମେ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ବିଜୟଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ତୃଶା ମଧ୍ୟ ଯଥେଷ୍ଟ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବିଶେଷ ଅବସର ପାଇଁ, ତ୍ରିଶା ଏକ ସୁନ୍ଦର ଟିଲ୍ ଏବଂ ଗୋଲଡେନ ଶାଢ଼ି ପିନ୍ଧିଥିଲେ, ଯାହା ପ୍ରଶଂସକମାନଙ୍କ ଦ୍ୱାରା ବ୍ୟାପକ ଭାବରେ ପ୍ରଶଂସିତ ହୋଇଥିଲା। ସମାରୋହ ସମୟରେ, ତାଙ୍କୁ ବିଜୟଙ୍କ ମାଆ ଶୋଭା ଏବଂ ତାଙ୍କ ବାପା ଏସ.ଏ. ଚନ୍ଦ୍ରଶେଖରଙ୍କ ସହିତ ବସିଥିବାର ଦେଖାଯାଇଥିଲା। ପରେ, ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କ୍ୟାପସନ ଦେଇଥିଲେ, “ପ୍ରେମ ସର୍ବଦା ସବୁଠାରୁ ଉଚ୍ଚରେ ଥାଏ”। ଏହି ପୋଷ୍ଟ ମଧ୍ୟ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ବହୁତ ଚର୍ଚ୍ଚା ସୃଷ୍ଟି କରିଥିଲା।
ସୌଜନ୍ୟ Prameya News7

