ଅପରାଧଜିଲ୍ଲାରାଜ୍ୟ

Crime: ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଇ ଦୁଷ୍କର୍ମ କରୁଥିଲେ ଦୁଇ ଭାଇ: ରାଜଧାନୀରେ ୧୦ରୁ ଅଧିକ ଯୁବତୀଙ୍କୁ ଫସାଇଛନ୍ତି

ଜଗତସିଂହପୁର: ଛାତ୍ରୀ ଓ ଯୁବତୀଙ୍କୁ ଫସାଇ ବ୍ଲାକ୍‌ମେଲ୍‌ କରିବା ସହିତ ଗର୍ଭପାତ କରାଇଥିବା ଦୁଇ ଭାଇଙ୍କୁ ଗିରଫ କରିଛି ଜଗତସିଂହପୁର ଥାନା ପୁଲିସ। ଏକାଧିକ ଯୁବତୀଙ୍କ ଅନ୍ତରଙ୍ଗ ସମୟର ଫଟୋ, ଭିଡିଓକୁ ଷ୍ଟୋର୍ କରି ରଖିଥିବା ଦୁଇଟି ଦାମୀ ମୋବାଇଲକୁ ମଧ୍ୟ ପୁଲିସ ଜବତ କରିଛି। ଗୋଟିଏ ଆଇଫୋନ୍ ୧୫ ଓ ଅନ୍ୟଟି ଏସ-୨୫ ଅଲଟ୍ରା। ପୀଡ଼ିତାଙ୍କ ସିମ୍ କାର୍ଡ ମଧ୍ୟ ଅଭିଯୁକ୍ତଙ୍କଠାରୁ ଜବତ କରାଯାଇଛି। ଗିରଫ ଦୁଇ ଭାଇ ହେଲେ ଭୁବନେଶ୍ବର ଖଣ୍ଡଗିରି ସୌଭାଗ୍ୟନଗରରେ ରହୁଥିବା ବାଲିକୁଦା ଇଚ୍ଛାପୁର ଅଞ୍ଚଳର ଜ୍ଞାନରଞ୍ଜନ ନାୟକ ଓରଫ୍ ପୁପୁ ଓରଫ୍ ଆଦି ଓରଫ୍ ଆରିକ୍ସ (୨୦) ଓ ତା ବଡ଼ଭାଇ ବିଶ୍ବରଞ୍ଜନ ନାୟକ (୨୪)। ଜ୍ଞାନରଞ୍ଜନ ଭୁବନେଶ୍ବରରେ ଯୁକ୍ତ ୩ ପଢ଼ୁଥିବା ଜଣାପଡ଼ିଛି।

ସୌଜନ୍ୟ ସମ୍ବାଦ

Show More
Back to top button