କାକାମିଘାରା: ଜାପାନର କାକାମିଘାରାଠାରେ ଆୟୋଜିତ ୧୮ ବର୍ଷରୁ କମ୍ଏସିଆ କପ୍ରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଭାରତ। ଉଭୟ ବାଳକ ଓ ବାଳିକା ଦଳ ନିଜ ନିଜର ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ କରିଛନ୍ତି।
ଶନିବାର ପୁଲ୍‘ଏ’ ମ୍ୟାଚ୍ରେ ଭାରତ ୨-୧ ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି। ଭାରତ ପକ୍ଷରୁ ନୌସିନ୍ ନାଜ୍ ଦୁଇଟି ଗୋଲ୍ ଦେଇଥିଲେ। ମ୍ୟାଚ୍ର ପ୍ରଥମ କ୍ବାର୍ଟର ଗୋଲ୍ ଶୂନ୍ୟ ରହିବା ପରେ ୧୯ ତମ ମିନିଟ୍ରେ ନୌସିନ୍ ଏକ ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିବର୍ତ୍ତନ କରିବାକୁ ସଫଳ ହୋଇଥିଲେ। ଏହା ସହିତ ଭାରତ ୧-୦ରେ ଅଗ୍ରଣୀ ହୋଇଥିଲା। ୨୮ ତମ ମିନିଟ୍ରେ ପୁଣିଥରେ ନୌସିନ୍ ଆଉ ଏକ ଗୋଲ୍ ଦେଇ ସ୍କୋର୍କୁ ୨-୦କୁ ନେଇଯାଇଥିଲେ। ତେବେ ୪୧ତମ ମିନିଟ୍ରେ ମାଲେସିଆର ନୂର ଆଜ୍ଲି ଭାରତର ପ୍ରତିରକ୍ଷାକୁ ଭେଦ କରିବାକୁ ସଫଳ ହେବା ସହ ଏକ ଗୋଲ୍ ଦେଇଥିଲେ। ଏହା ସହିତ ସେ ବ୍ୟବଧାନକୁ ୨-୧କୁ କମାଇବାରେ ସଫଳ ହୋଇଥିଲେ। ଚତୁର୍ଥ କ୍ବାର୍ଟରରେ ମାଲେସିଆର ଘନ ଘନ ଆକ୍ରମଣକୁ ଭାରତୀୟ ପ୍ରତିରକ୍ଷା ବିଫଳ କରିବା ସହ ମ୍ୟାଚ୍କୁ ଜିତିବାରେ ସଫଳ ହୋଇଥିଲା। ଦୁଇଟି ଗୋଲ୍ ପାଇଁ ନୌସିନ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।
କୁଶଓ୍ବାହା ତିନୋଟି ଗୋଲ୍ ଦେଇ ହାଟ୍ରିକ୍ ଅର୍ଜନ କରିଥିଲେ
ଶୁକ୍ରବାର ଭାରତୀୟ ବାଳକ ଦଳ ନିଜର ପ୍ରଥମ ମ୍ୟାଚ୍ରେ କାଜାଖସ୍ଥାନକୁ ଶୋଚନୀୟଭାବେ ୧୩-୦ରେ ପରାସ୍ତ କରି ନିଜର ଅଭିଯାନ ଆରମ୍ଭ କରିଥିଲା। ଭାରତ ପକ୍ଷରୁ ଅଧିନାୟକ କେତନ କୁଶଓ୍ବାହା ତିନୋଟି ଗୋଲ୍ ଦେଇ ହାଟ୍ରିକ୍ ଅର୍ଜନ କରିଥିଲେ। ସେହିପରି ପ୍ରହଲ୍ଲାଦ ରାଜଭର, ଆଶୀଷ ତାନି ପୁର୍ତ୍ତି, ଅଂଶ ବହୁର୍ତା, ଶାହରୁଖ ଅଲି ଦୁଇଟି ଲେଖାଏଁ ଏବଂ ଗାଜି ଖାଁ, ଆକାଶଦୀପ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ସୌଜନ୍ୟ ସମ୍ବାଦ

