କାଳିଆପାଣି (ରବି ନାରାୟଣ କର): ସପ୍ତାହ ମଧ୍ୟରେ ଏକାଧିକ କାଳବୈଶାଖୀବର୍ଷା ସତ୍ତ୍ବେ ଖଣିଅଞ୍ଚଳରେ ଅସ୍ବାଭାବିକ ପ୍ରଚଣ୍ଡ ଖରା ପାଇଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଦିନ ସାରା ୩୫ ରୁ ୪୦ ଡିଗ୍ରି ତାତି ଯୋଗୁ ଦେହ ସିଝିଗଲା ଭଳି ଲାଗୁଛି। ଚର୍ମ ନାଲି ପଡ଼ିଯାଇ ପ୍ରଭାବିତ ଅଙ୍ଗ କୁଣ୍ଡେଇ ହେଉଛି। ଦିନରେ ଆର୍ଦ୍ରତା ୪୦ ରୁ ୫୦ ମଧ୍ୟରେ ରହୁଛି। ୪୦ ଡିଗ୍ରିର ତାପମାତ୍ରା ୫୦ ଡିଗ୍ରି ଭଳି ଅନୁଭୂତ ହେଉଛି।
ରାତି ତାପମାତ୍ରା ବି ୩୩ ରୁ ତଳକୁ ଖସୁନି। ଏଣୁ ବିଛଣାରୁ ଗରମ ଛାଡ଼ୁନି। ରାତିର ଆର୍ଦ୍ରତା ୬୦ ରୁ ୭୦ ମଧ୍ୟରେ ରହୁଥିବାରୁ ରାତିସାରା ଗୁଳୁଗୁଳି ଲାଗି ରହୁଛି। ଶୋଇବା ସମୟରେ ବିଛଣା ଝାଳରେ ଭିଜି ଯାଉଛି। ଦିନରାତି ଦେହରୁ ଝାଳ ବୋହୁ ଥିବାରୁ ଶରୀରର ଅଧିକାଂଶ ଅଙ୍ଗପ୍ରତ୍ୟଙ୍ଗରେ ମଳି ଜମି ଯାଉଛି। ଦିନକରେ ପୋଷାକ ଝାଳୁଆ ଗନ୍ଧଉଛି। ରାତିରେ ନ ଗାଧୋଇଲେ ଶାନ୍ତିରେ ଟିକେ ଶୋଇ ହେଉନି। ଚଳିତବର୍ଷର ଅସ୍ବାଭାବିକ ଗ୍ରୀଷ୍ମଋତୁ ପାଇଁ ସାଧାରଣ ଜନଜୀବନ କଲବଲ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି।
ଏ ଧରଣର ପାଣିପାଗ ଖଟିଖିଆ ଶ୍ରମିକ ଜୀବନରେ ପ୍ରତିକୂଳ ପ୍ରଭାବ ପକାଉଥିବା ଦେଖାଯାଉଛି। ସକାଳୁ ପଖାଳ ଟିଫିନ ଧରି ଘରୁ ବାହାରୁଥିଲେ ହେଁ କର୍ମକ୍ଷେତ୍ରରେ ମଧ୍ୟାହ୍ନ ଭୋଜନ କିମ୍ବା ପାଣି ପିଇବାକୁ ଭଲରେ ଜାଗା ମିଳୁନଥିବା କହନ୍ତି କାଳିଆପାଣି କାଟେପୂର୍ତ୍ତିନଗର ଦିନ ମଜୁରିଆ ଚନ୍ଦ୍ରମୋହନ କେରାଇ। ସେହିପରି କିଛି ଆନୁଷଙ୍ଗିକ କାମ ପାଇଁ ଟାଇଁଟାଇଁ ଖରାରେ ସାଇକଲ ଚଳାଇବାକୁ ଗଲା ବେଳେ ମୁହଁ ପୋଡ଼ି ଯାଉଥିବା ସେ କହନ୍ତି। ଟାଙ୍ଗରା ଭୂଇଁ ଉପରେ ଆଜବେସଷ୍ଟସ ଛପର ଥାଇ ଓଡ଼ିଶା ଖଣି ନିଗମ(ଓଏମ୍ସି)ର ଗୁରୁଜଙ୍ଗ ଗାଁରେ ଥିବା ପରିତ୍ୟକ୍ତ ହଟିଂରେ ମୁଣ୍ଡ ଗୁଞ୍ଜିଥିବା ୨୫ ରୁ ଅଧିକ ଗରିବ ପରିବାର ଖରାତାତିରେ ଛଟପଟ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି।

ସୌଜନ୍ୟ ସମ୍ବାଦ