ନବରଙ୍ଗପୁର (ସୁରେଶ ନାଇଡୁ):ନବରଙ୍ଗପୁର ଜିଲ୍ଲାର ୧୩ଟି ଠିପିବନ୍ଦ ବିଦେଶୀ ମଦ କାଉଣ୍ଟର ପାଇଁ ୯୫୬ଜଣ ଆବେଦନ କରିଛନ୍ତି। ଏହି ବାବଦରେ ରାଜ୍ୟ ସରକାର ୨୮କୋଟି ୬୮ଲକ୍ଷ ଟଙ୍କାର ରାଜସ୍ବ ପାଇଛନ୍ତି। ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହ ପରିସରରେ ଏ ନେଇ ଲଟେରୀ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି, ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାଶ ପ୍ରମୁଖ ରହି ଲଟେରୀ କରିଥିଲେ।
ଜିଲ୍ଲା ପ୍ରଶାସନ କୋରାପୁଟ ଜିଲ୍ଲାର ୧୩ଟି ଅଫ୍ ସଫ (ଠିପି ବନ୍ଦ ବିଦେଶୀ ମଦ ଦୋକାନ) ଲାଇସେନସ୍ ଆବେଦନ ଦାଖଲ ପାଇଁ ବିଞପ୍ତି ପ୍ରକାଶ କରିଥିଲା। ସେଥିରୁ ସର୍ବାଧିକ ଛତିଶଗଡ ସୀମାନ୍ତ ରାଇଘର କାଉଣ୍ଟର ପାଇଁ ୨୦୧ଟି ଓ କୋଷାଗୁମୁଡା ବ୍ଲକର ସନ୍ତୋଷପୁର ଗୋଟିଏ କାଉଣ୍ଟର ପାଇଁ ୧୪୪ଟି ଆବେଦନ ଦାଖଲ ହୋଇଛି।
ଡାବୁଗାଁ ପାଇଁ ୧୧୨ଟି, ଉମରକୋଟର ୧ନଂ ପାଇଁ ୧୨୬ଟି ଓ ୨ନଂ ପାଇଁ ୮୦ଟି, ମଇଦଲପୁର ପାଇଁ ୩୭ଟି, ପାପାଡାହାଣ୍ଡି ପାଇଁ ୭୯ଟି, ଝାଲିଆଗୁଡା(ଇନ୍ଦ୍ରାବତୀ) କାଉଣ୍ଟର ପାଇଁ ୩୬ଟି, ଝରିଗାଁ ପାଇଁ ୫୫ଟି, ଚାଉଁରିଆଗୁଡା (ନବରଙ୍ଗପୁର) ପାଇଁ ୨୧ଟି, ନବରଙ୍ଗପୁର (୪ନଂ) ପାଇଁ ୧୬ଟି, ତ୍ରିବେଣୀ ଛକ ପାଇଁ ୩୫ଟି, ନବରଙ୍ଗପୁର (୩)ନଂ ପାଇଁ ୧୪ଟି ଏଭଳି ୯୫୬ଟି ଆବେଦନ ପଢ଼ିଥିଲା। ଅବକାରୀ ଇନିସପେକ୍ଟର ଦିଲ୍ଲୀପ ରଥ ଓ ଅନ୍ୟ ଇନିସପେକ୍ଟର, ଏସଆଇମାନେ ପରିଚାଳନା କରିଥିବା ବେଳେ ଥାନା ଅଧିକାରୀ ସମ୍ବିତ ବେହେରା ଗୋଟିଏ ପ୍ଲାଟୁନ୍ ଫୋର୍ସ ନେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଏଥରକ ଅଧିକାଂଶ ଦୋକାନୀ ସ୍ଥାନୀୟ ବ୍ୟବସାୟୀଙ୍କ ନାଁରେ ଫୁଟି ନଥିବା ବେଳେ ଆନ୍ଧ୍ର , ବିହାର ଓଛତିଶଗଡର ବ୍ୟବସାୟୀ ମାନେ ପାଇଥିବା ସୂଚନା ମିଳିଛି।
ସୌଜନ୍ୟ ସମ୍ବାଦ

