
ଭୁବନେଶ୍ୱର ୦୧।୦୬: ଜଳିଗଲା ଆମ୍ବୁଲାନ୍ସ। ଭୁବନେଶ୍ୱର ଜାଗମରା ଅଞ୍ଚଳରେ ସର୍ଟସର୍କିଟରୁ ଆମ୍ବୁଲାନ୍ସରେ ଲାଗିଛି ଭୟଙ୍କର ନିଆଁ । ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତା କରିଛି ।
ଆମ୍ବୁଲାନ୍ସରେ ଜଗନ୍ନାଥ ମନ୍ଦିର ସାମ୍ନାରେ ବର୍ଷ ସାରା ଠିଆ ହୋଇଥାଏ। ସୋମବାର ଦିନ ହଠାତ୍ ଆମ୍ବୁଲାନ୍ସଟି ଜଳିବାକୁ ଲାଗିଲା । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏନେଇ ଡ୍ରାଇଭର କହିଛନ୍ତି ଯେ, ଆମ୍ବୁଲାନ୍ସଟି କିଛି ଦିନ ହେଲା ବ୍ୟାଟେରୀ ସମସ୍ୟା ଭୋଗୁଥିଲା। ପ୍ରତିଦିନ ସକାଳେ ଠେଲିକି ଷ୍ଟାର୍ଟ କରିବାକୁ ପଡୁଥିଲା। ଇଞ୍ଜିନରେ ବି ସର୍ଟସର୍କିଟ୍ ଥିଲା। ରବିବାର ରାତିରେ ଗାଡ଼ି କଟକ ଯାଇ ଭୋର ସାଢ଼େ ୪ଟାରେ ଫେରିଥିଲା। ଆଉ ତାର ୬ଟା ପଖାପାଖି ମିନିଟ୍ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ କିଛି ମିନିଟ୍ ମଧ୍ୟରେ ପୁରା ଗାଡ଼ି ଜଳି ପାଉଁଶ ହୋଇଗଲା। ତେବେ ସୌଭାଗ୍ୟବଶତଃ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଆମ୍ବୁଲାନ୍ସ ପାଖରେ ପ୍ରାୟ ୪-୫ ଟା କାର୍ ଆଉ ଅନ୍ୟ ଗାଡ଼ି ପାର୍କିଂ ହୋଇଥିଲା। ବିଏମସି ସୁଇପର ନିଆଁ ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପରେ ତୁରନ୍ତ ସବୁ ଗାଡ଼ିକୁ ସୁରକ୍ଷିତ ସ୍ଥାନକୁ ହଟାଇ ଦେଇଥିଲେ ଗାଡ଼ିମାଲିକ ମାନେ। ନହେଲେ ବଡ଼ ଅଘଟଣ ଘଟିଥାନ୍ତା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଫୋମ୍ ସ୍ପ୍ରେ କରି ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟରେ ବିଜେପି ନେତା ହିମାଂଶୁ ଶେଖର ଛୋଟରାୟ ଓ ସ୍ଥାନୀୟ ବାସିନ୍ଦା ରଘୁ ମହାନ୍ତି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିବାରେ ସାହାଯ୍ୟ କରିଥିଲେ।
ସୌଜନ୍ୟ Prameya News7




