60 countries: ଭାରତ ସମେତ ୬୦ ଦେଶ ଉପରେ ଆମେରିକାର ‘ଶୁଳ୍କ ବୋମା’

ୱାସିଂଟନ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଏକ ନୂତନ ମୋଡ଼ ଆସିଛି। ଗୋଟିଏ ପଟେ ଭାରତ ଏବଂ ଆମେରିକା ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଢାଞ୍ଚା ପ୍ରସ୍ତୁତ କରିବା ବିଷୟରେ ଏକ ସକାରାତ୍ମକ ଘୋଷଣା କରିଥିବା ବେଳେ, ଅନ୍ୟପକ୍ଷରେ, ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ‘ଶୁଳ୍କ ବୋମା’ ବିସ୍ଫୋରଣ କରି ବ୍ୟବସାୟ ଜଗତରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ବୁଧବାର ଆମେରିକା ପ୍ରଶାସନ ଭାରତ ସମେତ ବିଶ୍ୱର ୬୦ଟି ପ୍ରମୁଖ ବାଣିଜ୍ୟିକ ଅଂଶୀଦାର ଦେଶର ଉତ୍ପାଦ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଆମେରିକା ସରକାର ଏହି କଠୋର ପଦକ୍ଷେପ ନେବାର କାରଣ ଭାବରେ ମାନବାଧିକାର ଏବଂ ଶ୍ରମ ଆଇନକୁ ଉଲ୍ଲେଖ କରିଛନ୍ତି। ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଅଭିଯୋଗ କରାଯାଇଛି ଯେ ଏହି ୬୦ଟି ଦେଶ ବାଧ୍ୟତାମୂଳକ ଶ୍ରମ ବ୍ୟବହାର କରି ସାମଗ୍ରୀ ଉତ୍ପାଦନ କରୁଛନ୍ତି ଏବଂ ଏପରି ସାମଗ୍ରୀ ଆମଦାନି ଉପରେ ସଠିକ୍ ଭାବରେ କଟକଣା ଲାଗୁ କରିନାହାନ୍ତି। ଆମେରିକା ଯୁକ୍ତି ରଖିଛି ଯେ, ଏହା ଆମେରିକୀୟ ଶ୍ରମିକମାନଙ୍କୁ ବିଶ୍ୱ ବଜାରରେ ‘ଅସମାନ ଏବଂ ଅନୁଚିତ’ ପ୍ରତିଯୋଗିତାର ସମ୍ମୁଖୀନ କରାଉଛି।

କେଉଁ ଦେଶ ଉପରେ କେତେ ଟିକସ ଲାଗୁ ହେବ:

ନୂତନ ପ୍ରସ୍ତାବ ଅନୁଯାୟୀ, ଦେଶଗୁଡ଼ିକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି ଯେଉଁଠାରେ ୧୦ ପ୍ରତିଶତରୁ ୧୨.୫ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲାଗୁ ହେବ।

କଡ଼ା ସମାଲୋଚନା କରି କହିଛନ୍ତି

୧୨.୫% ଅତିରିକ୍ତ ଶୁଳ୍କ: ଭାରତ, ଚୀନ୍, ଜାପାନ, ଦକ୍ଷିଣ କୋରିଆ , ବ୍ରାଜିଲ୍ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ଦେଶର ଉତ୍ପାଦଗୁଡ଼ିକ ଉପରେ ୧୨.୫ ପ୍ରତିଶତର ଏକ ବଡ଼ ଆମଦାନି ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ରହିଛି

୧୦% ଅତିରିକ୍ତ ଶୁଳ୍କ: କାନାଡା, ମେକ୍ସିକୋ, ତାଇୱାନ, ୟୁକେ ଏବଂ ଅନ୍ୟ କିଛି ଦେଶ ଉପରେ ୧୦% ଅତିରିକ୍ତ ଶୁଳ୍କ ଲାଗୁ ହେବ

ଆମେରିକାର ବାଣିଜ୍ୟ ପ୍ରତିନିଧି ରାଷ୍ଟ୍ରଦୂତ ଜାମିସନ ଗ୍ରୀୟର ଏହି ନିଷ୍ପତ୍ତିର କଡ଼ା ସମାଲୋଚନା କରି କହିଛନ୍ତି ଯେ, ଆମର ପ୍ରମୁଖ ବାଣିଜ୍ୟିକ ଅଂଶୀଦାରମାନେ ବାଧ୍ୟତାମୂଳକ ଶ୍ରମରେ ତିଆରି ସାମଗ୍ରୀକୁ ରୋକିବାରେ ବିଫଳ ହେଉଥିବା ଗ୍ରହଣୀୟ ନୁହେଁ। ସେ ଗୁରୁତ୍ୱାରୋପ କରିଛନ୍ତି, ପ୍ରତ୍ୟେକ ଦେଶ ନିଶ୍ଚିତ କରିବା ଉଚିତ ଯେ, ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଅଜାଣତରେ ମଧ୍ୟ ବାଧ୍ୟତାମୂଳକ ଶ୍ରମକୁ ଯେପରି ପ୍ରୋତ୍ସାହିତ ନ କରୁଛନ୍ତି।

ଏକମାତ୍ର ଆଶ୍ୱସ୍ତି ହେଉଛି ଯେ, ଏହି ନୂତନ ଶୁଳ୍କ ତୁରନ୍ତ କାର୍ଯ୍ୟକାରୀ ହେବ ନାହିଁ। ଆମେରିକାର ଆଇନ ଅନୁଯାୟୀ,ଏହି ଶୁଳ୍କ ଲାଗୁ କରିବା ପୂର୍ବରୁ ଜନସାଧାରଣଙ୍କ ମତାମତ ନିଆଯିବ ଏବଂ ସମ୍ପୂର୍ଣ୍ଣ ପ୍ରସ୍ତାବର ସମୀକ୍ଷା କରାଯିବ। ବିଶେଷଜ୍ଞମାନଙ୍କ ଅନୁସାରେ ଏହି ପଦକ୍ଷେପ ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନାକୁ ପ୍ରଭାବିତ କରିପାରେ ତଥା ଭବିଷ୍ୟତର ରପ୍ତାନିକୁ ଅଧିକ ମହଙ୍ଗା କରି ଭାରତୀୟ କମ୍ପାନିଗୁଡ଼ିକ ପାଇଁ ଖର୍ଚ୍ଚ ବୃଦ୍ଧି କରିପାରେ।

 

 

 

ସୌଜନ୍ୟ ସମ୍ବାଦ