Breaking News

ସଂସ୍କୃତି ମନ୍ତ୍ରୀଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ: ଜଳେଶ୍ୱର ସ୍ଥିତ ରାଇବଣିଆ କିଲ୍ଲା ପରିଦର୍ଶନ ଓ ସଂରକ୍ଷଣ ପାଇଁ ପଦକ୍ଷେପ ମନ୍ମଥ-ମନୋଜ ମେମୋରିଆଲ ମ୍ୟୁଜିୟମର ନିର୍ମାଣ କାର୍ଯ୍ୟ ସଂପର୍କରେ ତଦାରଖ

0

ଭୁବନେଶ୍ୱର:  ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ  ଅଶ୍ୱିନୀ କୁମାର ପାତ୍ର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ରାଇବଣିଆ ଫୋର୍ଟ(କିଲ୍ଲା) ପରିଦର୍ଶନ କରି ସେଠାରେ ସ୍ଥିତି ଅନୁଧ୍ୟାନ ପୂର୍ବକ ଏହି ପୁରାତନ କିଲ୍ଲାର ସଂରକ୍ଷଣ ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମନ୍ତ୍ରୀ ଶ୍ରୀ ପାତ୍ର ଆଜି ପ୍ରସିଦ୍ଧ ଲେଖକ ସ୍ୱର୍ଗତ ପଦ୍ମଭୂଷଣ ମନୋଜ ଦାସ ଓ ପ୍ରଖ୍ୟାତ ଐତିହାସିକ ଡ. ମନ୍ମଥ ନାଥ ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସେମାନଙ୍କର ପୈତୃକ ଗ୍ରାମ ଭୋଗରାଇ ବ୍ଲକର ଶଙ୍ଖାରୀଗ୍ରାମ ଗସ୍ତ କରି ନିର୍ମାଣ ହେବାକୁ ଥିବା ମନ୍ମଥ-ମନୋଜ ମେମୋରିଆଲ ମ୍ୟୁଜିୟମର କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତ ସମୟରେ ଭୋଗରାଇ ବିଧାୟକ ତଥା ବାଲେଶ୍ୱର ଜ଼ିଲ୍ଲା ଯୋଜନା କମିଟି ଅଧକ୍ଷଶ୍ରୀ ଅନନ୍ତ ଦାସ, ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଟିବ ଶ୍ରୀ ମଧୁସୂଦନ ପାଢୀ,ବାଲେଶ୍ୱର ଜ଼ିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଜିଲ୍ଲା ଓ ସଂପୃକ୍ତ ବ୍ଲକ ପ୍ରଶାସନର ଅଧିକାରୀ, ମନ୍ମଥନାଥ ଦାସଙ୍କ ପୁତ୍ରବଧୂ ରଂଜିତଝ ଦାସ, ମନ୍ମଥ ମନୋଜ ଫାଉଣ୍ଡେସନର ସଭାପତିପ୍ରମୁଖ ଉପସ୍ଥିତ ଥିଲେ ଝମନ୍ମଥ- ମନୋଜ ଫାଉଣ୍ଡେସନ ତରଫରୁ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀକୁ ମ୍ୟୁଜିୟମ ନିର୍ମାଣ ପରିପ୍ରେକ୍ଷୀରେ ଏଠାରେ ଆନୁଷଙ୍ଗିକ ବିକାଶ କାର୍ଯ୍ୟ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।

ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କର ଗସ୍ତ ପରିପ୍ରେକ୍ଷୀରେ ଉଦୟପୁର ବେଳାଭୂମି ପରିଦର୍ଶନ କରିବା ସହିତ ୱାଟରସ୍ପୋର୍ଟସ୍ ଉଦଘାଟନ କରିଥିଲେ ଝ ମନ୍ତ୍ରୀ ମଧ୍ୟ ତାଳସାରୀ ସ୍ଥିତ ପାନ୍ଥଶାଳା ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ତାଳସାରୀ ବେଳାଭୂମିର ସୌନ୍ଦଯ୍ୟକରଣ, ପ୍ରାଚୀର ନିର୍ମାଣଓ଼ ବିଦ୍ୟୁତକରଣ ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକରେ ମାନ୍ୟବର ମନ୍ତ୍ରୀଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ, ବିଧାୟକ ଶ୍ରୀ ଦାସ, ଜିଲ୍ଲାପାଳ, ବାଲେଶ୍ୱର, ଭୋଗରାଇ ତହସିଲଦାର ଓ ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.