JOB : ବେକାରୀ ହାର ୧୧ ମାସରେ ସର୍ବାଧିକ
ଗତ ମେ ମାସରେ ବେକାରୀ ସମସ୍ୟା ଉତ୍କଟ ହୋଇଛି। ଦେଶର ବେକାରୀ ହାର ୧୧ ମାସର ସର୍ବୋଚ୍ଚ ସ୍ତର ୫.୫ ପ୍ରତିଶତରେ ପହଞ୍ଚିଛି। ବେକାରୀ ସମସ୍ୟା ଗ୍ରାମାଞ୍ଚଳରେ ଅଧିକ ରହିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି। ମେ ମାସରେ ଗ୍ରାମୀଣ ବେକାରୀ ହାର ୫.୧ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଗତ ଏପ୍ରିଲ୍ରେ ୪.୬ ପ୍ରତିଶତ ଥିଲା।

ନୂଆଦିଲ୍ଲୀ: ଗତ ମେ ମାସରେ ବେକାରୀ ସମସ୍ୟା ଉତ୍କଟ ହୋଇଛି। ଦେଶର ବେକାରୀ ହାର ୧୧ ମାସର ସର୍ବୋଚ୍ଚ ସ୍ତର ୫.୫ ପ୍ରତିଶତରେ ପହଞ୍ଚିଛି। ବେକାରୀ ସମସ୍ୟା ଗ୍ରାମାଞ୍ଚଳରେ ଅଧିକ ରହିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି। ମେ ମାସରେ ଗ୍ରାମୀଣ ବେକାରୀ ହାର ୫.୧ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଗତ ଏପ୍ରିଲ୍ରେ ୪.୬ ପ୍ରତିଶତ ଥିଲା। ଉଭୟ ପୁରୁଷ ଓ ମହିଳାଙ୍କ ବେକାରୀ ହାର ବଢ଼ିଛି। ସେହି ସମୟରେ ସହରାଞ୍ଚଳରେ ବେକାରୀ ହାର ୬.୬ ପ୍ରତିଶତରୁ ହ୍ରାସ ପାଇ ୬.୪ ପ୍ରତିଶତ ହୋଇଛି। ସହରାଞ୍ଚଳରେ ପୁରୁଷ ବେକାରୀ ହାର ୫.୯ ପ୍ରତିଶତରେ ଅପରିବର୍ତ୍ତିତ ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ତାହା ୮.୫ ପ୍ରତିଶତରୁ ହ୍ରାସ ପାଇ ୮.୨ ପ୍ରତିଶତ ହୋଇଛି। ୨୦୨୫ ମେ ମାସ ସହ ତୁଳନା କଲେ ଦେଶର ସହରାଞ୍ଚଳ ବେକାରୀ ହାର ୬.୪ ପ୍ରତିଶତକୁ ହ୍ରାସ ପାଇଛି। ଗତବର୍ଷ ଏହି ମାସରେ ତାହା ୬.୯ ପ୍ରତିଶତ ଥିଲା। ଗ୍ରାମୀଣ ବେକାରୀ ହାର କିନ୍ତୁ ୫.୧ ପ୍ରତିଶତରେ ସ୍ଥିର ରହିଛି। ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ଶ୍ରମଶକ୍ତିରେ ଅଂଶଗ୍ରହଣ ହାର ୫୫ ପ୍ରତିଶତରୁ ହ୍ରାସ ପାଇ ୫୪.୪ ପ୍ରତିଶତ ହୋଇଛି। ଗ୍ରାମାଞ୍ଚଳରେ ଏହି ହାର ୫୬.୬ ପ୍ରତିଶତକୁ ଏବଂ ସହରାଞ୍ଚଳରେ ୪୯.୮ ପ୍ରତିଶତକୁ ହ୍ରାସ ପାଇଛି।




