
ଲମତାପୁଟ ୪।୭: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଏଥି ଯୋଗୁଁ ଲମତାପୁଟ ବ୍ଲକ୍ର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡ଼ି. ଡ୍ୟାମ୍ ବିପଦ ସଂକେତକୁ ଛୁଇଁଛି । ଫଳରେ ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲି ଜଳ ନିଷ୍କାସନ ଆରମ୍ଭ ହୋଇଛି l ୭ ନମ୍ବର ଗେଟ୍ ୧ ଫୁଟ ଖୋଲାଯାଇ ପ୍ରତି ସେକେଣ୍ଡକୁ ଏକ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି l ଜଲଭଣ୍ଡାରର କ୍ଷମତା ୨୫୯୦ ଫୁଟ ରହିଥିବା ବେଳେ ଜଳସ୍ତର ୨୫୮୭ ଫୁଟ ଛୁଇଁବା ପରେ ଗୋଟିଏ ଗୋଟ୍ ଖୋଲାଯାଇଛି l
ଲଗାତାର ତିନି ଦିନ ଧରି କୋରାପୁଟ ଜିଲ୍ଲାର ବର୍ଷା ଲାଗି ରହିଥିବା ବେଳେ ଲମତାପୁଟ ବ୍ଲକ୍ରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି l ଆଗକୁ ବର୍ଷା ପରିମାଣ ବଢିଲେ ଡ୍ୟାମ୍ରେ ଥିବା ଅନ୍ୟ ଗେଟ୍ ଖୋଲିବା ନେଇ ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି l
ଚଳିତ ମାସ ୧ ତାରିଖରେ ୧୫୧. ୨ ମିଲିମିଟର, ୨ ତାରିଖରେ ୩୯ ମିଲିମିଟର ଏବଂ ୩ ତାରିଖରେ ୪୨.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି l ଲମତାପୁଟ ବ୍ଲକ୍ରେ ସର୍ବାଧିକ ବର୍ଷା ଲାଗି ରହିଥିବାରୁ ଜୀବନ ଯାପନ ଅସ୍ତବ୍ୟସ୍ତ ହୋଇଗଲାଣି l
ସୌଜନ୍ୟ Prameya News7




