ଜିଲ୍ଲାରାଜ୍ୟ

ଅଧାରାସ୍ତାରେ ହଠାତ୍ ଗାଡ଼ିରୁ ହେଲା ଗ୍ୟାସ୍ ଲିକ୍, ଭୟଭୀତ ସ୍ଥାନୀୟ ଲୋକେ

ଘଟଗାଁ ୧୫।୦୭ : ଗାଡ଼ିରୁ ଗ୍ୟାସ୍ ଲିକ୍ । ସିଏନଜି ବୋଝେଇ ଗାଡ଼ିରୁ ହଠାତ୍ ଲିକ୍ ହେଲା ଗ୍ୟାସ୍ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ୨୦ ନମ୍ବର ଜାତୀୟ ରାଜପଥର ବାଲିଯୋଡ଼ି ନିକକଟରେ ଏହି ବଡ଼ଧରଣର ଅଘଟଣ ଘଟିଛି ।

ଖବର ଅନୁଯାୟୀ, ସିଏନଜି ଗ୍ୟାସ୍ ଲୋଡ କରି ଯାଉଥିଲା । ଏହି ସମୟରେ ବାଲିଯୋଡ଼ି ନିକଟରେ ହଠାତ୍ ଗାଡ଼ିରୁ ଧୁଆଁ ବାହାରିଥିଲା । ଯାହାକୁ ଦେଖି ଡ୍ରାଇଭର ତୁରନ୍ତ ଗାଡ଼ିକୁ ଅଟକାଇ ଦେଇଥିଲା । ଏହାପରେ ଗାଡ଼ିରୁ ଓହ୍ଲାଇ ଦେଖନ୍ତୁ ତ ଗ୍ୟାସ୍ ଲିକ୍ ହେଉଛି । ଯାହାପରେ ସ୍ଥାନୀୟ ଅଞ୍ଚଳରେ ତିବ୍ର ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଯାଇଥିଲା ।

ସେପଟେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଆଉ ଗ୍ୟାସ୍ ଲିକ୍କୁ ବନ୍ଦ କରିବାକୁ ଉଦ୍ୟମ ମଧ୍ୟ କରିଥିଲେ । ଶେଷରେ ଦୀର୍ଘ ସମୟରେ ପରିଶ୍ରମ ପରେ CNG ଗ୍ୟାସ୍ ଲିକ୍ ବନ୍ଦ ହୋଇଥିଲା । ଗାଡ଼ିଟି ବର୍ତ୍ତମାନ ସୁରକ୍ଷିତ ଭାବେ ରାସ୍ତା କଡ଼ରେ ଛିଡ଼ା ହୋଇଛି ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button