Breaking News

ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ମେଳା

0

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ବନ୍ଧଗଡ ଗ୍ରମପଞ୍ଚାୟତର କରଣ୍ତାଗଡ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସିମାଞ୍ଚଳ ମୁଖିଙ୍କ ନେତୃତ୍ବରେ ଦୁଇଦିନ ବ୍ୟାପୀ ଶିକ୍ଷାଦାନ ଶିକ୍ଷଣ ସାମଗ୍ରି ମେଳା ଅନୁଷ୍ଠିତ ହୋଇ ଯାଇଛି। ଏହାର ଉଦଯାପନୀ ଉତ୍ସବରେ ବନ୍ଧଗଡ ଗ୍ରାମ ପଞ୍ଚାୟତର ସରପଞ୍ଚ ଶଙ୍କର କୁମାର ପ୍ରଧାନ ମୁଖ୍ୟ ଅତିଥି ଓ ପିରାମହଲ ଫାଉଣ୍ତେସନର ପ୍ରାର୍ଥନା ଥାପା ଫେଲୋସିପ୍ ସମ୍ମାନୀୟ ଅଥିତି ଭାବେ ଯୋଗ ଦେଇଥିଲେ। ଅଦରକାରି ବସ୍ତୁକୁ ନେଇ ପିଲାମାନଙ୍କର ପଢାରେ ବ୍ୟବହାର ପାଇଁ ସୁନ୍ଦର ଶିକ୍ଷଣ ସାମଗ୍ରୀ ବନ୍ଧଗଡ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଓ କରଣ୍ତାଗଡ ପ୍ରାଥମିକ ବିଦ୍ୟାଳୟର ସମସ୍ତ ସହକାରୀ ଶିକ୍ଷକମାନଙ୍କ ଉତ୍ସର୍ଗୀକୁତ ପରିଶ୍ରମରେ ତିଆରି କରାଯାଇ ପ୍ରଦର୍ଶିତ ହୋଇଥିଲା। ପିଲାମାନଙ୍କୁ ଶିକ୍ଷାଦାନବେଳେ ରେଖାପାତ ସୃଷ୍ଟି କଲା ଭଳି ସୁନ୍ଦର ସୁନ୍ଦର ଭାଷା ଜ୍ଞାନ, ଗଣିତ ଜ୍ଞାନର ଶିକ୍ଷଣ ସାମଗ୍ରୀ ତିଆରି କରାଯାଇ ପ୍ରଦର୍ଶତ ହୋଇଥିଲା। ଉକ୍ତ ମେଳାରେ ବନ୍ଦଗଡ କ୍ଳଷ୍ଟରର ଶିକ୍ଷକମାନଙ୍କର ଶିକ୍ଷାଦାନ ପ୍ରତି ଉର୍ସର୍ଗ ତ୍ୟାଗ ଆନ୍ତରିକତା ଥିବାର ପରିଲକ୍ଷିତ ହେଉଥିଲା। ଏଥିପାଇଁ ନିଜ ହାତରୁ ଖର୍ଚ୍ଚ କରି ପରିଶ୍ରମ କରି ଶିକ୍ଷଣ ସାମଗ୍ରୀ ତିଆରିରେ ଶିକ୍ଷକ ମାନକଙ୍କର ଅନ୍ତର୍ନିହିତ ଗୁଣ ଓ କଳାର ପରିପ୍ରକାଶ ହୋଇଥିଲା।
ସରପଞ୍ଚ ଶଙ୍କର କୁମାର ପ୍ରଧାନ ଉଦବୋଧନ ଦେଇ କହିଥିଲେ ଯେ ଏହି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ମେଳା ସ୍ବାଗତ ଯୋଗ୍ୟ କାମ କିନ୍ତୁ ଏହାକୁ କାନ୍ଥରେ ଟଙ୍ଗା ନଯାଇ ପ୍ରକୃତରେ ପିଲାମାନଙ୍କ ପାଇଁ ବ୍ୟବହାର କରାଯାଉ। ପିରାମୋଲ ଫେଲୋସିପ୍ ପ୍ରାର୍ଥନା ଥାପ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପ୍ରଶଂସା କରି ନିଜେ ସମସ୍ତଙ୍କ ସହ ମିଶି ପାରିଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ।
ପ୍ରଧାନଶିକ୍ଷକ ସିମାଞ୍ଚଳ ମୁଖି ଉଦଯାପନ ଉତ୍ସାବର ମୁଖ୍ୟ ଅତିଥି ସମ୍ମାନୀୟ ଅତିଥି ବନ୍ଧଗଡ କ୍ଲଷ୍ଟର ସିଆରସିସି, ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ ଉପସ୍ଥିତ ଭଦ୍ରବ୍ୟକ୍ତି, ସମାଜ ସେବୀ, ସାମ୍ବାଦିକମାନଙ୍କ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଧନ୍ୟବାଦ ସହ କୃତଜ୍ଞତା ପ୍ରକାସ କରିଥିଲେ।

Leave A Reply

Your email address will not be published.