ଜିଲ୍ଲାରାଜ୍ୟ

ମାଛ ଧରିବାକୁ ଯାଇଥିଲେ, ଯୋବ୍ରା ବ୍ୟାରେଜରୁ ଖସିପଡିଲେ ନାଗରାଜ

କଟକ ୧୫।୦୭ : କଟକ ମହାନଦୀ ଯୋବ୍ରା ବ୍ୟାରେଜରେ ଅଘଟଣ। ମାଛ ଧରୁଥିବା ବେଳେ ଖସି ପଡିଲେ ମତ୍ସ୍ୟଜୀବୀ। ମତ୍ସ୍ୟଜୀବିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଉଦ୍ଧାର ପାଇଥିବା ମତ୍ସଜୀବୀ ନାଗରାଜ ରାଓ ବୋଲି ଜଣାପଡିଛି।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ମାଛ ଧରିବାକୁ ୧୯ ବର୍ଷୀୟ ନାଗରାଜ ରାଓ ଯୋବ୍ରା ବ୍ୟାରେଜକୁ ଯାଇଥିଲେ। ସେଠାରେ ମାଛ ଧରୁଥିବା ସମୟରେ ତାଙ୍କର ଗୋଡ଼ ଖସିଯାଇଥିଲା । ଏହାପରେ ସେ ବ୍ୟାରେଜ ଗେଟରେ ପଡିଯାଇଥିଲେ।

ତେବେ ସ୍ଥାନୀୟଲୋକ ଯୁବକ ବୁଡ଼ି ଯାଉଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କୁଇକ୍ ରିଆକ୍ସନ୍ ଟିମ୍ ପହଞ୍ଚିଲା। ବ୍ୟାରେଜ୍ ଗେଟ୍ରୁ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ଫଳରେ ନାଗରାଜ ବଡ଼ ଅଘଟଣରୁ ବର୍ତ୍ତିଯାଇଥିଲେ। ତାଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଯାଇଛି। ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button