ଖେଳଜାତୀୟ

ଦେବଜିତ ସାଇକିଆ ହେଲେ ICC ପ୍ରଶାସନ ସମୀକ୍ଷା ସମିତି ମୁଖ୍ୟ, ମରିସସକୁ ୧୧୧ତମ ସଦସ୍ୟତା ମଞ୍ଜୁର

ଦେବଜିତ ସାଇକିଆଙ୍କୁ ବୁଧବାର ଆଇସିସିର ନୂଆ ଉପ କମିଟି ପ୍ରଶାସନ ସମୀକ୍ଷା ସମିତିର ମୁଖ୍ୟ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ପରେ ସାଇକିଆ କ୍ରିକେଟ ୱେଷ୍ଟଇଣ୍ଡିଜ୍ ଲାଗି ୧୨.୮୩ ମିଲିୟନ ଡଲାର (ପାଖାପାଖି ୧୨୩ କୋଟି ଟଙ୍କା) ଋଣ ମଞ୍ଜୁର କରିଛନ୍ତି।

ନୂଆଦିଲ୍ଲୀ: ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆଙ୍କୁ ବୁଧବାର ଆଇସିସିର ନୂଆ ଉପ କମିଟି ପ୍ରଶାସନ ସମୀକ୍ଷା ସମିତିର ମୁଖ୍ୟ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ପରେ ସାଇକିଆ କ୍ରିକେଟ ୱେଷ୍ଟଇଣ୍ଡିଜ୍ ଲାଗି ୧୨.୮୩ ମିଲିୟନ ଡଲାର (ପାଖାପାଖି ୧୨୩ କୋଟି ଟଙ୍କା) ଋଣ ମଞ୍ଜୁର କରିଛନ୍ତି। ସାଇକିଆଙ୍କ ବ୍ୟତୀତ ଏହି କମିଟିରେ କ୍ରିକେଟ ଦକ୍ଷିଣ ଆଫ୍ରିକାର ଡ.ମହମ୍ମଦ ମୁଷାଜୀ ଓ ଆଇସିସିର ନବ ନିଯୁକ୍ତ ସ୍ୱତନ୍ତ୍ର ନିର୍ଦ୍ଦେଶକ ଡ.ରୋସ ରିୱାଜ ମଧ୍ୟ ଏହି କମିଟିରେ ଅଛନ୍ତି।

ସାଇକିଆ ନବଗଠିତ ପ୍ରାଞ୍ଚାଇଜି ଲିଗ୍ କମିଟିରେ ମଧ୍ୟ ଅଛନ୍ତି, ଯାହାର ଅଧ୍ୟକ୍ଷ ବାଂଲାଦେଶ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ ତମିମ ଇକବାଲ ଅଛନ୍ତି। କମିଟିରେ କ୍ରିକେଟ ନାମିବ୍ୟା ଡାକ୍ତର ରୁଡି ଭାନ ଭୁରେନ, ଇଂଲଣ୍ଡ ଏବଂ ୱେଲସ୍ କ୍ରିକେଟ ବୋର୍ଡର ରିଚାର୍ଡ ଗୁଡ ଓ କ୍ରିକେଟ ଅଷ୍ଟ୍ରେଲିଆର ଟାଡ ଗ୍ରୀନବର୍ଗ ମଧ୍ୟ ଅଛନ୍ତି। ଆଇସିସି ସଂଶୋଧିତ ସମ୍ବିଧାନକୁ ନେଇ କ୍ରିକେଟ ଶ୍ରୀଲଙ୍କା ଦ୍ୱାରା ଦିଆଯାଇଥିବା ପ୍ରେଗ୍ରୋସର ମଧ୍ୟ ସମୀକ୍ଷା କରିଛନ୍ତି।

ଆଇସିସି ମରିସସକୁ ୧୧୧ତମ ସଦସ୍ୟ ଭାବେ ମଞ୍ଜୁରୀ ମଧ୍ୟ ଦେଇଛନ୍ତି। ତେବେ କ୍ରିକେଟ କାନାଡା ଉପରେ ଲାଗିଥିବା ନିଲମ୍ବନ ଜାରି ରହିଛି। ସେହିପରି ଫ୍ରାନ୍ସ କ୍ରିକେଟକୁ ସଦସ୍ୟତା ମାନଦଣ୍ଡ ଉଲ୍ଲଂଘନ ଲାଗି ନୋଟିସ୍ ରେ ରଖା ଯାଇଛି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button