ମା’ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ, ବଡ଼ ଭାଇ ପଛେ ପଛେ ସାନ ଭଉଣୀ ସୁଭଦ୍ରାଙ୍କ ଧାଡ଼ି ପହଣ୍ଡି
ମା’ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ । ବଡ଼ ଭାଇ ପଛେ ପଛେ ସାନ ଭଉଣୀ ସୁଭଦ୍ରା ଆସୁଛନ୍ତି । ମା’ଙ୍କର ଏହି ଶୂନ୍ୟପହଣ୍ଡି ବିଜେ ଦୃଶ୍ୟ ଅତ୍ୟନ୍ତ ଭାବପୂର୍ଣ୍ଣ ଓ ମନୋରମ ହୋଇଥାଏ। ରଥଯାତ୍ରାର ସବୁଠାରୁ ଆକର୍ଷଣୀୟ, ରୋମାଞ୍ଚକର ଓ ଭାବପୂର୍ଣ୍ଣ ନୀତି ହେଉଛି ତିନି ଠାକୁରଙ୍କ ‘ପହଣ୍ଡି ବିଜେ’।

ପୁରୀ: ମା’ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ । ବଡ଼ ଭାଇ ପଛେ ପଛେ ସାନ ଭଉଣୀ ସୁଭଦ୍ରା ଆସୁଛନ୍ତି । ମା’ଙ୍କର ଏହି ଶୁନ୍ୟ ପହଣ୍ଡି ବିଜେ ଦୃଶ୍ୟ ଅତ୍ୟନ୍ତ ଭାବପୂର୍ଣ୍ଣ ଓ ମନୋରମ ହୋଇଥାଏ। ରଥଯାତ୍ରାର ସବୁଠାରୁ ଆକର୍ଷଣୀୟ, ରୋମାଞ୍ଚକର ଓ ଭାବପୂର୍ଣ୍ଣ ନୀତି ହେଉଛି ତିନି ଠାକୁରଙ୍କ ‘ପହଣ୍ଡି ବିଜେ’। ଶ୍ରୀମନ୍ଦିରର ରତ୍ନବେଦୀ ଛାଡ଼ି ଜଗତର ନାଥ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଯେତେବେଳେ ବଡ଼ଦାଣ୍ଡରେ ଥିବା ରଥ ଅଭିମୁଖେ ବାହାରନ୍ତି, ସେତେବେଳେ ଶ୍ରୀକ୍ଷେତ୍ରରେ ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ।
ମା’ ସୁଭଦ୍ରାଙ୍କ ପହଣ୍ଡିର ଶୈଳୀ ବଡ଼ ଦୁଇ ଭାଇଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା। ପ୍ରଭୁ ବଳଭଦ୍ର ଓ ଜଗନ୍ନାଥ ଝୁଲି ଝୁଲି ‘ଧାଡ଼ି ପହଣ୍ଡି’ରେ ଆସୁଥିବା ବେଳେ, ମା’ ସୁଭଦ୍ରାଙ୍କୁ ଦଇତାପତି ସେବାୟତମାନେ ନିଜ କାନ୍ଧରେ ବୋହି ବୋହି ଆଣନ୍ତି। ମା’ଙ୍କର ଏହି ପହଣ୍ଡିରେ ଏକ ଅପୂର୍ବ ଶାଳୀନତା ଓ କୋମଳତା ପରିଲକ୍ଷିତ ହୁଏ । ଘଣ୍ଟ, କାହାଳୀ ଓ ଶଙ୍ଖ ନାଦର ତାଳେ ତାଳେ ମା’ଙ୍କ ମସ୍ତକରେ ଥିବା ସୁଦୃଶ୍ୟ ‘ଟାହିଆ’ ହଲି ହଲି ଏକ ଦିବ୍ୟ ଶୋଭା ସୃଷ୍ଟି କରୁଛି । ସେବାୟତମାନଙ୍କ ଗହଣରେ ଧୀରେ ଧୀରେ ଆସି ମା’ ସୁଭଦ୍ରା ନିଜର ରଥ ‘ଦେବଦଳନ’ ଉପରେ ବିଜେ କରାଇବେ ।
ସୌଜନ୍ୟ ସମ୍ବାଦ




