Rath Yatra: ବିଶାଖାପାଟଣାଠାରେ ରଥଯାତ୍ରା ଆୟୋଜନ
ବିଶାଖାପାଟଣାର ଡସପଲ୍ଲା ପାହାଡ଼ିରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜ ଦ୍ବାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ରକରି...

ବିଶାଖାପାଟଣା: ବିଶାଖାପାଟଣାର ଡସପଲ୍ଲା ପାହାଡ଼ିରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜ ଦ୍ବାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ରକରି ଉପସ୍ଥିତ ଶ୍ରଦ୍ଧାଳୁ ଓ ସଙ୍ଗଠକମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ଏଠାରେ ବଢ଼ି ଭୋରରୁ ମୁଖ୍ୟ ମନ୍ଦିରରେ ଠାକୁରମାନଙ୍କର ଯଥାରୀତି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସମାଜସେବୀ, ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡର ଉପ-ସଭାପତି ତଥା ଉତ୍କଳ ସାଂସ୍କୃତିକ ସମାଜର ସଭାପତି ଜୀତେନ୍ଦ୍ର କୁମାର ନାୟକଙ୍କ ସକ୍ରୀୟ ତତ୍ତ୍ବାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଭିଡ଼କୁ ନିୟନ୍ତ୍ରଣ କରାଯିବା ଦିଗରେ ବିଶେଷ ବ୍ୟବସ୍ଥା କରାଯାଇଥିଲା।
ଚଳିତ ବର୍ଷ ଘୋଷଯାତ୍ରାରେ ସ୍ଥାନୀୟ ମାରୁୱାଡ଼ି ଯୁବ ମଞ୍ଚ ଓ ପଞ୍ଜାବ ସଙ୍ଘ ସହଯୋଗ ପ୍ରଦାନ କରିଥିଲେ। ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ଏବଂ ରଥଯାତ୍ରାକୁ ବ୍ୟାପକ ଭାବେ ସଫଳ କରାଇବାରେ ମନ୍ଦିର ପରିଚାଳନା କମିଟିର ସଭାପତି ଜୀତେନ୍ଦ୍ର କୁମାର ନାୟକ, ସାଧାରଣ ସମ୍ପାଦକ ସତ୍ୟବ୍ରତ ଦ୍ବିବେଦୀ, ଉପ-ସଭାପତି ସୋମନାଥ ସାହୁ ଏବଂ ବିରାଜ କୁମାର ଦାଶ ତଥା ସଦସ୍ୟବୃନ୍ଦ ଯଥା: ସୀମା ମହାନ୍ତି, ଅଜିତ ସାବତ, ବିଜୟ ମହାପାତ୍ର, ରାଜେନ୍ଦ୍ର ପ୍ରସାଦ ସାହୁ, ବନମାଳୀ ସାହୁ, ଅରୁଣ ଦାସ ଓ ସତ୍ୟନାରାୟଣ ବେହେରା ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।
ସୌଜନ୍ୟ ସମ୍ବାଦ




