ଖେଳ

IND VS ENG: ଭାରତ ହାରିଗଲା, ଶୃଙ୍ଖଳା ୧-୧ ସ୍ଥିତିରେ: ଇଂଲଣ୍ଡକୁ ଜିତାଇଲେ ରୁଟ୍‌ (୯୯*)

ଦ୍ବିତୀୟ ଦିନିକିଆରେ ଭାରତକୁ ୪ ୱିକେଟ୍‌ରେ ହରାଇ ଦେଇଛି ଇଂଲଣ୍ଡ। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ୧-୧ ସ୍ଥିତିକୁ ଚାଲି ଆସିଛି। ଅପ୍ରତ୍ୟାଶିତ ବ୍ୟାଟିଂ ବିପର୍ଯ୍ୟୟ ସହ ୨୩୩ ରନ୍‌ କରିଥିଲା ଭାରତ।

କାର୍ଡିଫ: ଦ୍ବିତୀୟ ଦିନିକିଆରେ ଭାରତକୁ ୪ ୱିକେଟ୍‌ରେ ହରାଇ ଦେଇଛି ଇଂଲଣ୍ଡ। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ୧-୧ ସ୍ଥିତିକୁ ଚାଲି ଆସିଛି। ଅପ୍ରତ୍ୟାଶିତ ବ୍ୟାଟିଂ ବିପର୍ଯ୍ୟୟ ସହ ୨୩୩ ରନ୍‌ କରିଥିଲା ଭାରତ। ଜୋ ରୁଟ୍‌ଙ୍କ ‌ଧୈର୍ଯ୍ୟଭରା ପାଳି (୧୩୩ ବଲ୍‌ରୁ ୯୯*) ଇଂଲଣ୍ଡ ପାଇଁ ନିର୍ଣ୍ଣାୟକ ‌ହୋଇଥିଲା।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତ ପାଇଁ ଅଧିନାୟକ ଶୁବମନ ଗିଲ୍‌ ଏବଂ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ଭାଗୀଦାର ଗଢ଼ିପାରିନଥିଲେ। ଗିଲ ୩୦ ବଲ୍‌ରୁ ୩୧ ରନ୍‌ ଏବଂ ସଂଘର୍ଷରତ ରୋହିତ ୪୭ ବଲ୍‌ରୁ ୨୬ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଯାଇଥିଲେ। ଅସୁସ୍ଥ କେଏଲ୍‌ ରାହୁଲଙ୍କ ବଦଳରେ ଆଉ ଏକ ସୁଯୋଗ ପାଇଥିବା ଈଶାନ କିଶନ୍ (୧) ବି ଫାଇଦା ଉଠାଇ ପାରିନଥିଲେ। ତେବେ ବିରାଟ କୋହଲି (୬୬ ବଲ୍‌ରୁ ୬୫ ରନ୍‌) ଏବଂ ଶ୍ରେୟସ ଆୟର (୭୧ ବଲ୍‌ରୁ ୬୬ ରନ୍) ଅର୍ଦ୍ଧଶତକ ହାସଲ କରିବା ଭାରତ ପାଳିକୁ ସମ୍ଭାଳିନେଇଥିଲା। ଉଭୟ ଚତୁର୍ଥ ୱିକେଟ୍‌ ପାଇଁ ୬୭ ରନ୍‌ ଯୋଡ଼ିଥିଲେ। ଉଭୟଙ୍କ ବିଦାୟ ପରେ ଭାରତ ଅପ୍ରତ୍ୟାଶିତ ଭାବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୱାସିଂଟନ୍‌ ସୁନ୍ଦର (୨), ଅକ୍ଷର ପଟେଲ୍‌ (୧), ଶିବମ ଦୁବେ (୦)ଙ୍କ ବିଫଳତା କାରଣରୁ ଭାରତ ୨୩୩ ରନ୍‌ରେ ଅଟକିଯାଇଥିଲା। ବୁମ୍‌ରା (୧୩ ବଲ୍‌ରୁ ୨୦* ରନ୍‌, ୩ ଚୌକା, ୧ ଛକା) ଏକ ଆକର୍ଷଣୀୟ ତଥା ଛୋଟ ପାଳିଟିଏ ଖେଳି ସମ୍ମାନ ରଖିଥିଲେ।

ସଂକ୍ଷିପ୍ତ ସ୍କୋର: ଭାରତ ୪୪ ଓଭରରେ ୨୩୩/୧୦ (ଶ୍ରେୟସ ଆୟର-୬୬, ବିରାଟ କୋହଲି-୬୫, ଶୁବମନ ଗିଲ୍‌-୩୧, ଜୋଫ୍ରା ଅର୍ଚର-୩/୪୭, ଗସ ଆଟକିନ୍‌ସନ୍‌-୩/୫୦, ସକିବ ମେହମ୍ମୁଦ-୨/୫୨)। ଇଂଲଣ୍ଡ ୪୪.୧ ଓଭରରେ ୨୩୫/୬ (ଜୋ ରୁଟ୍‌-୯୯*, ୱିଲ୍‌ ଜ୍ୟାକ୍ସ-୩୦, ଗସ୍‌ ଆଟକିନ୍‌ସନ୍‌-୨୩*, ଗୁରନୂର ବ୍ରାର୍‌-୨/୬୭, ଶିବମ ଦୁବେ-୧/୩୨, ଅକ୍ଷର ପଟେଲ୍‌-୧/୩୫,  ଯଶପ୍ରୀତ୍‌ ବୁମରା-୧/୪୫, ପ୍ରସିଦ୍ଧ କୃଷ୍ଣ-୧/୫୨)।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button