ଖେଳ

Asia Cup: ୧୭ ବର୍ଷରୁ କମ୍‌ ଏସିଆ କପ୍‌ କ୍ବାଲିଫାୟର୍ସ

ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ଦଳ ତା’ର ଏଏଫ୍‌ସି ଏସୀୟ କପ୍‌ କ୍ବାଲିଫାୟର୍ସ ଅଭିଯାନ ଇରାକ ବିପକ୍ଷରୁ ଆରମ୍ଭ କରିବ।ଅକ୍ଟୋବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ କୁଆଲାଲୁମ୍ପୁରଠାରେ ଖେଳାଯିବାକୁଥିବା ଏହି ପ୍ରତିଯୋଗିତା ଲାଗି ଗୁରୁବାର ଏସୀୟ ଫୁଟ୍‌ବଲ୍‌ ମହାସଂଘ (ଏଏଫ୍‌ସି) ସୂଚୀ ଘୋଷଣା କରିଛି।

କୁଆଲାଲୁମ୍ପୁର: ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ଦଳ ତା’ର ଏଏଫ୍‌ସି ଏସୀୟ କପ୍‌ କ୍ବାଲିଫାୟର୍ସ ଅଭିଯାନ ଇରାକ ବିପକ୍ଷରୁ ଆରମ୍ଭ କରିବ। ଅକ୍ଟୋବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ କୁଆଲାଲୁମ୍ପୁରଠାରେ ଖେଳାଯିବାକୁଥିବା ଏହି ପ୍ରତିଯୋଗିତା ଲାଗି ଗୁରୁବାର ଏସୀୟ ଫୁଟ୍‌ବଲ୍‌ ମହାସଂଘ (ଏଏଫ୍‌ସି) ସୂଚୀ ଘୋଷଣା କରିଛି।

ଭାରତ ଗ୍ରୁପ୍‌-ଇ’ରେ ଇରାକ, ମାଲେସିଆଓ ସିରିୟା ସହ ରହିଛି। ଇରାକ ବିପକ୍ଷ ମ୍ୟାଚ୍‌ ପରେ ସିରିୟା ଓ ମାଲେସିଆ ବିପକ୍ଷରେ ଖେଲିବ ଭାରତ। ଏହି ଗ୍ରୁପ୍‌ ବିଜେତା ଦଳ ଆସନ୍ତା ବର୍ଷ ମାର୍ଚ୍ଚ ୩୧ରୁ ଏପ୍ରିଲ୍‌ ୧୭ ତାରିଖ ପର୍ଯ୍ୟନ୍ତ ଚୀନ୍‌ର ସୁଝୌରେ ହେବାକୁ ଥିବା ୧୭ ବର୍ଷରୁ କମ୍‌ ମହିଳା ଏସୀୟ କପ୍‌ ଲାଗି ଯୋଗ୍ୟତା ଅର୍ଜନ କରିବ। ଗତ ସଂସ୍କରଣ ଏସୀୟ କପ୍‌ର ନକ୍‌ଆଉଟ୍‌ ପର୍ଯ୍ୟାୟରେ ପହଞ୍ଚି ଇତିହାସ ରଚିଥିଲା।

ପୁଣି ଥରେ ଏସୀୟ କପ୍‌କୁ ଯୋଗ୍ୟତା ଅର୍ଜନ କରିବାର ଲକ୍ଷ୍ୟ ରଖିଛି ଭାରତ। କ୍ବାଲିଫାୟର୍ସରେ ୮ ଗ୍ରୁପ୍‌ର ଶୀର୍ଷ ଦଳ ୧୧ତମ ଏସୀୟ କପ୍‌ରେ ଗତ ସଂସ୍କରଣ ୪ ଦଳ ସହ ଯୋଗଦେବେ। ଏସୀୟ କପ୍‌ର ‌୪ ସେମିଫାଇନାଲିଷ୍ଟ ଆସନ୍ତା ବର୍ଷ ମରକ୍କୋରେ ହେବାକୁ ଥିବା ଫିଫଶ ୧୭ ବର୍ଷରୁ କମ୍‌ ବିଶ୍‌ବକପ୍‌କୁ ଯୋଗ୍ୟତା ଅର୍ଜନ କରିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button