ଖେଳ

Rohit’s retirement: ରୋହିତଙ୍କ ଅବସର ନେଇ ଦ୍ବନ୍ଦ୍ବ: ବିସିସିଆଇ କହିଲା ଆମ ପାଖରେ ନାହିଁ ସୂଚନା

ଭାରତୀୟ ଦିନିକିଆ ଦଳର ପୂର୍ବତନ ଅଧିନାୟକ ତଥା ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କ ଖେଳ ଜୀବନ ରବିବାର ଲର୍ଡସରେ ଶେଷ ହୋଇଯିବ ବୋଲି ଚାଲିଥିବା ଚର୍ଚ୍ଚା ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ପହଞ୍ଚିଯାଇଛି।

ଲଣ୍ଡନ୍‌: ଭାରତୀୟ ଦିନିକିଆ ଦଳର ପୂର୍ବତନ ଅଧିନାୟକ ତଥା ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କ ଖେଳ ଜୀବନ ରବିବାର ଲର୍ଡସରେ ଶେଷ ହୋଇଯିବ ବୋଲି ଚାଲିଥିବା ଚର୍ଚ୍ଚା ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ପହଞ୍ଚିଯାଇଛି। ରୋହିତଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନଥିଲେ ମଧ୍ୟ ତାଙ୍କ ସମ୍ପୂର୍ଣ୍ଣ ପରିବାର ଶୁକ୍ରବାର ଲଣ୍ଡନ୍‌ରେ ପହଞ୍ଚିବା ଏହି ଅବସର ନିଷ୍ପତ୍ତିକୁ ଖୋରାକ ଯୋଗାଇଛି। ବିସିସିଆଇ କିନ୍ତୁ ଶୁକ୍ରବାର ସ୍ପଷ୍ଟ କରିଛି ଆମ ପାଖରେ ରୋହିତଙ୍କ ଅବସର ସମ୍ପର୍କରେ କିଛି ସୂଚନା ନାହିଁ। ସେ ଆମକୁ କିଛି ଜଣାଇନାହାନ୍ତି। ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି ‘ରବିବାର ଲର୍ଡସରେ ରୋହିତ ଶର୍ମା ଶେଷ ମ୍ୟାଚ୍‌ ଖେଳିବେ ନାହିଁ। ସେ ଭାରତୀୟ ଦିନିକିଆ ଦଳର ନିୟମିତ ସଦସ୍ୟ ଅଛନ୍ତି। ଯୋଜନାରେ ଥିବା ପର୍ଯ୍ୟନ୍ତ ‌ସେ ଖେଳ ଜାରି ରଖିବେ।

ବିସିସିଆଇ କହିଲା ଆମ ପାଖରେ ନାହିଁ ସୂଚନା, ସମ୍ପୂର୍ଣ୍ଣ ପରିବାର ପହଞ୍ଚିଲେ ଲଣ୍ଡନ୍‌

ଅର୍ଥାତ୍‌ ରୋହିତ ରବିବାର ଶେଷ ମ୍ୟାଚ୍ ଖେଳିବେ ନାହିଁ’’। ଏହା ପୂର୍ବରୁ ଚୟନକର୍ତାମାନେ କେଉଁଠି ରୋହିତଙ୍କୁ ରୋକଠୋକ୍‌ ଭାବେ କହି ସାରିଛନ୍ତି ଯେ ୨୦୨୭ ଦିନିକିଆ ବିଶ୍ବକପ୍‌‌ ଯୋଜନାରେ ସେ ଆଉ ନାହାନ୍ତି। ଏହି କାରଣରୁ ରୋହିତ ଲର୍ଡସ ଭଳି ଐତିହାସିକ ଷ୍ଟାଡିୟମ୍‌ରେ ଅବସର  ନେବାକୁ ପସନ୍ଦ କରିଥିବା ବିଶ୍ବାସ କରାଯାଉଛି। ରବିବାର ଭାରତ ଏଠାରେ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ଖେଳିବ।ସୂଚନାଯୋଗ୍ୟ, ପୂର୍ବରୁ ରୋହିତ ଟେଷ୍ଟ୍‌ ଓ ଟ୍ବେଣ୍ଟି-୨୦ରୁ ଅବସର ନେଇ ସାରିଛନ୍ତି। ଭାରତ ପାଇଁ ରୋହିତ ୬୭ ଟେଷ୍ଟ୍‌, ୨୮୭ ଦିନିକିଆ, ୧୫୯ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ମୋଟ ଉପରେ ୨୦,୦୦୦ରୁ ଊର୍ଧ୍ବ ଅନ୍ତର୍ଜାତୀୟ ରନ୍‌ ବି ସଂଗ୍ରହ କରିଛନ୍ତି।

ରୋହିତଙ୍କ ଉପରେ କୌଣସି ଚାପ ନାହିଁ: କୋଟାକ୍‌

ଲଣ୍ଡନ: ଭାରତୀୟ ଦଳର ବିସ୍ଫୋରକ ବ୍ୟାଟର୍‌ ରୋହିତ ଶର୍ମା ନିଜ ଫର୍ମକୁ ନେଇ ଇଂଲଣ୍ଡରେ ସଂଘର୍ଷ କରୁଥିବାବେଳେ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଏ ନେଇ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ସିତାଂଶୁ କୋଟାକ୍‌। କୋଟାକ କହିଛନ୍ତି ଯେ ଏହା ସତ ଯେ ପ୍ରଥମ ଦୁଇ ମ୍ୟାଚ୍‌ରେ ରୋହିତ ଅଧିକ ରନ୍‌ କରିପାରି ନାହାନ୍ତି। କିନ୍ତୁ ସେଥି ଯୋଗୁୁଁ ସେ ଚାପରେ ରହୁଛନ୍ତି ବୋଲି କହିବା ଠିକ୍‌ ନୁହେଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button