ରାଜ୍ୟ

Egg Price Hike: ଅଣ୍ଡାଦର ହେଲା ସାଢ଼େ ଆଠ, ମଧ୍ୟାହ୍ନଭୋଜନ ଥାଳିରୁ ଉଭାନ

ଦିନକୁ ଦିନ ଖାଦ୍ୟସାମଗ୍ରୀର ଦର ଆକାଶଛୁଆଁ ହେବାରେ ଲାଗିଛି। ଏହାର ପ୍ରଭାବ ପଡିଛି ବିଦ୍ୟାଳୟ ଓ ଜିଲ୍ଲା ସମାଜ କଲ୍ୟାଣ, ମହିଳା ଓ ସମନ୍ବିତ ଶିଶୁ ବିକାଶ ଯୋଜନର ପ୍ରାକଃ ବିଦ୍ୟାଳୟ ପରିଚାଳନା ଉପରେ। ସରକାର ଚିରାଚରିତ ଭାବେ ପୂର୍ବରୁ ଯେଉଁ ଦର...

ନବରଙ୍ଗପୁର (ସୁରେଶ ନାଇଡୁ): ଦିନକୁ ଦିନ ଖାଦ୍ୟସାମଗ୍ରୀର ଦର ଆକାଶଛୁଆଁ ହେବାରେ ଲାଗିଛି। ଏହାର ପ୍ରଭାବ ପଡିଛି ବିଦ୍ୟାଳୟ ଓ ଜିଲ୍ଲା ସମାଜ କଲ୍ୟାଣ, ମହିଳା ଓ ସମନ୍ବିତ ଶିଶୁ ବିକାଶ ଯୋଜନର ପ୍ରାକଃ ବିଦ୍ୟାଳୟ ପରିଚାଳନା ଉପରେ। ସରକାର ଚିରାଚରିତ ଭାବେ ପୂର୍ବରୁ ଯେଉଁ ଦର ଉଭୟ ବିଭାଗରେ ରଖିଥିଲେ ତାହାର କୌଣସି ପରିବର୍ତ୍ତନ କରୁନାହାନ୍ତି। ଏହାର ଫଳରେ ପୃଷ୍ଟିକର ଖାଦ୍ୟରେ ଥିବା ଅଣ୍ଡା ଏବେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳିରୁ ଉଭାନ ହୋଇଛି।

ପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପୃଷ୍ଟିକର ଖାଦ୍ୟରେ ଅଣ୍ଡା ପିଛା ୫ଟଙ୍କା ୫୦ପଇସା, ତେଲ, ଜାଳେଣୀ, ପନିପରିବା  ଆଦି ପାଇଁ ଏକ ଟଙ୍କା ୧୯ପଇସା ଦେଉଛନ୍ତି। ଗଣଶିକ୍ଷା ବିଭାଗରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପିଛା ୫ଟଙ୍କା, ତେଲ, ଜାଳେଣୀ, ପନିପରିବା ପାଇଁ ଏକ ଟଙ୍କା ୮୦ ପଇସା ଓ ମାଣ୍ଡିଆ ଲଢ଼ୁ ପାଇଁ ୩ଟଙ୍କା ୫୦ପଇସା ଦେଉଛନ୍ତି।

ଅପରପକ୍ଷରେ ଏବେ ବଜାରରେ ଅଣ୍ଡା ଗୋଟାକୁ ସାଢ଼େ ୮ଟଙ୍କାରେ ପହଚିଂଛି। ଯଦି ଟ୍ରେ ସହ (୩୦)ଟି ନେଲେ ୨୪୦ରୁ ୨୪୨ଟଙ୍କା ବଜାରରେ ରହିଛି। ଯଦି ଗାଁରେ କିଣିଲେ ସାନ ଅଣ୍ଡା ୭ରୁ ୮ଟଙ୍କା ଓ ବଡ଼ ଅଣ୍ଡା ସାଢ଼େ୮ଟଙ୍କା ପଡ଼ୁଛି ବୋଲି ବହୁ ଅଙ୍ଗନୱାଡୀ କର୍ମୀ ଓ ଶିକ୍ଷକ ମାନେ କହିଛନ୍ତି। ଏହାକୁ ଆଡଜେଷ୍ଟ କରି ଦିଆଯାଉଛି। ଏହି ସ୍ଥିତିରେ ବେଳେ ବେଳେ ଅଣ୍ଡା ଗାଏବ ହୋଇ ଯାଉଛି। ଗତ ୩ମାସ ହେବ ଚିନ୍ତାରେ ପଡ଼ିଥିବା କହିଛନ୍ତି ଅଙ୍ଗନୱାଡୀ କର୍ମୀ ଓ ଶିକ୍ଷକ। ସରକାର ଦେଉଥିବା ଟଙ୍କାରେ ଅଣ୍ଡା ମିଳୁନି। ଏହି ଟଙ୍କା ପୁଣି ମାସକୁ ମିଳୁନଥିବା ବେଳେ ୩ରୁ ୪ମାସ ପରେ ମିଳୁଛି। ଧାର ଉଧାର କରି କେନ୍ଦ୍ର ଚଳାଉଥିବା କହିଛନ୍ତି କର୍ମୀ ଓ ଶିକ୍ଷକ।

ଜିଲ୍ଲାର ୧୦ଟି ବ୍ଲକ ଓ ୨ଟି ପୌରାଂଚଳରେ ଶିକ୍ଷା ଓ ସମାଜ କଲ୍ୟାଣ ବିଭାଗରେ ସାଢ଼େ୩ଲକ୍ଷ ପିଲାଙ୍କୁ ଏହି ସ୍ଥିତିରେ ଆ‌ଡଜେଷ୍ଟମେଣ୍ଟ କରି ଦିଆଯାଉଛି ବୋଲି ମାନିଛନ୍ତି କିଛି ଶିକ୍ଷକ ଓ ଅଙ୍ଗନୱାଡୀ କର୍ମୀ। ସେହିପରି ପ୍ରାକଃ ବିଦ୍ୟାଳୟ କାର୍ଯ୍ୟକ୍ରମରେ ସପ୍ତାହକର ୬ଦିନ ଅଣ୍ଡା ତରକାରୀ ସହ ୮୦ଗ୍ରାମ ଭାତ ଦିଆଯାଉଛି। ସୋମବାର ଦିନ ଡାଲମାଭାତ ଦିଆଯାଉଥିବା ସୂଚନା ମିଳିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button