ଜାତୀୟ

ଛାତ୍ରୀଛାତ୍ରଙ୍କର ବଡ଼ଧରଣର ବିରୋଧ ପରେ ପଶିଲା ଚେତା: ଆକ୍ସନ ମୋଡକୁ ଆସିଲେ ମୋଦି ସରକାର, ସମସ୍ତ ରାଜ୍ୟର…

ନୂଆଦିଲ୍ଲୀ,୨୧।୭: ନିଟ୍‌ (NEET) ପେପର ଲିକ୍‌ ଏବଂ ଏହାକୁ ନେଇ ଚାଲିଥିବା ହଙ୍ଗାମା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏକ ବଡ଼ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅର୍ଥାତ୍‌ ଆଜି NDA ସଂସଦୀୟ ଦଳର ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକକୁ ‘ମଙ୍ଗଳ ମିଳନ’ ନାମ ଦିଆଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି NDA ସାଂସଦମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ପିଲାମାନଙ୍କୁ ଭ୍ରମିତ/ଭଡ଼କାଇବା ପରିବର୍ତ୍ତେ ସେମାନଙ୍କୁ ସଠିକ୍‌ ରାସ୍ତା ଦେଖାନ୍ତୁ। ଦିଲ୍ଲୀରେ ନିଟ୍‌ ପେପର ଲିକ୍‌ ପ୍ରସଙ୍ଗରେ ଛାତ୍ରୀଛାତ୍ରମାନଙ୍କର ବଡ଼ଧରଣର ବିରୋଧ ପ୍ରଦର୍ଶନର ଗୋଟିଏ ଦିନ ପରେ ସେ ଏହି କଥା କହିଛନ୍ତି।

ସଂସଦର ଲାଇବ୍ରେରୀ ବିଲ୍ଡିଂର ଜି.ଏମ.ସି. ବାଲୋଯୋଗୀ ଅଡିଟୋରିୟମରେ ଏନଡିଏର ସଂସଦୀୟ ଦଳର ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଭୁଲ ରାସ୍ତାରେ ଚାଲିବା ସହଜ ଅଟେ, କିନ୍ତୁ ସଠିକ ରାସ୍ତାକୁ ଫେରିଆସିବା ବହୁତ କଷ୍ଟକର, ଏବଂ ଆମକୁ ସେମାନଙ୍କୁ ସଠିକ ରାସ୍ତାକୁ ଆଣିବାକୁ ପଡ଼ିବ। ଏହା ଆମର ଦାୟିତ୍ୱ ଅଟେ।’

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯୁବବର୍ଗଙ୍କ ଭବିଷ୍ୟତ ସହିତ ଖେଳିବାକୁ ଦିଆଯିବ ନାହିଁ। ପେପର ଲିକ୍‌ ଦୋଷୀମାନଙ୍କୁ କଠିନରୁ କଠିନତମ ଦଣ୍ଡ ଦିଆଯିବ। ଏହା ସହିତ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ‘ମହାପାପ’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ମାମଲାରେ ଏ ପର୍ଯ୍ୟନ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଛାତ୍ରଙ୍କ ଭବିଷ୍ୟତକୁ ନେଇ ସରକାର ସମ୍ବେଦନଶୀଳ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।ଭବିଷ୍ୟତରେ ପ୍ରଶ୍ନପତ୍ର ଲିକ୍‌ ନ ହେବା ଦିଗରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ସମସ୍ତ ରାଜ୍ୟର ସହଯୋଗ ଲୋଡ଼ିଛନ୍ତି ପିଏମ୍‌ ମୋଦି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button