ବିଶେଷ

Japan Human Refrigerator: ଜାପାନରେ ଅସହ୍ୟ ହେଉଛି ଗ୍ରୀଷ୍ମ ତାତି, ମଣିଷକୁ ଥଣ୍ଡା କରିବା ଫ୍ରିଜ୍ ନିର୍ମାଣ କଲା କମ୍ପାନି

ନୂଆଦିଲ୍ଲୀ ୨୨/୦୭: ଜାପାନରେ ଗ୍ରୀଷ୍ମଋତୁର ତାତି ଅସହ୍ୟ ହେଉଛି । ହିଟ୍‌ୱେଭ୍‌ର ମୁକାବିଲା ଲାଗି ଲୋକଙ୍କୁ ସାହାଯ୍ୟ କରିବାକୁ କମ୍ପାନି ବିଭିନ୍ନ ଉପାୟ ଚିନ୍ତା କରୁଛନ୍ତି । ଏହି କ୍ରମରେ ଏକ କମ୍ପାନି ନୂଆ ତଥା ଅସାଧାରଣ ଉଦ୍ଭାବନ ପାଇଁ ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ‘ମାନବ ରେଫ୍ରିଜରେଟର’ ନାମରେ ସମ୍ବୋଧନ କରାଯାଉଛି । ବିଶାଳ ଫ୍ରିଜ୍ ଭଳି ଦିଶୁଥିବା ‘ଡୁ ହିମନ୍ ବକ୍ସ’ ନାମକ ଏହି ବାକ୍ସ ଏକ ଶୀତଳୀକରଣ ବୁଥ୍ । କେବଳ ମଣିଷକୁ ଥଣ୍ଡା କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି ।

ଜାପାନର ରେଫ୍ରିଜରେସନ୍ ଓ ଭେଣ୍ଡିଂ ମେସିନ୍ ନିର୍ମାତା ଏସ୍‌ଡିଆର୍‌ଏସ୍‌ ଏହାକୁ ନିର୍ମାଣ କରିଛି । ଟ୍ରୁସ୍କୋ ନାକାୟାମା ଦ୍ୱାରା ଏହା ବିକ୍ରି ହେଉଛି । ଜାପାନରେ ସର୍ବସାଧାରଣରେ ଦେଖିବାକୁ ମିଳୁଥିବା ରେଫ୍ରିଜରେଟେଡ୍ ଭେଣ୍ଡିଂ ମେସିନ୍ ଦ୍ୱାରା ପ୍ରେରିତ ହୋଇ ଏହି ମାନବ ଶୀତଳୀକରଣ ବୁଥ୍ ବିକଶିତ ହୋଇଛି । ଡୁ ହିମନ୍ ବାକ୍ସ ଭିତରେ ପ୍ରବେଶ କରିବା ସମୟରୁ ଏହାର ଭିତର ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିୟସ ଥାଏ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button