ରାଜ୍ୟ

Bhadrak University at Barapada ବରପଦାରେ ଭଦ୍ରକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଆଶା ଉଜ୍ଜ୍ବଳ, କ୍ଷେତ୍ର ଅନୁଧ୍ୟାନ କଲେ ଉଚ୍ଚ ଶିକ୍ଷା ସଚିବ

ଭଦ୍ରକରେ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଉଚ୍ଚ ଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ବରପଦା ଇଞ୍ଜିନିୟରିଂ କଲେଜ ସମେତ ସମ୍ଭାବ୍ୟ ସ୍ଥାନଗୁଡ଼ିକର କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହା ଭଦ୍ରକରେ ବହୁ ପ୍ରତୀକ୍ଷିତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଶାକୁ ଆହୁରି ଉଜ୍ଜ୍ୱଳ କରିଛି।

ଭଦ୍ରକ (ହରିହର ନାୟକ): ଭଦ୍ରକରେ  ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ଆଜକୁ  ୩୦ବର୍ଷ ଧରି  ଜିଲ୍ଲାବାସୀ ଦାବି କରି ଆସୁଛନ୍ତି।  ପୂର୍ବ ସରକାର ଏନେଇ ଟାଳଟୁଳ ନୀତି ଧରିଥିଲେ,  ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବା ପରେ ଭଦ୍ରକରେ ମେଡ଼ିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଗତବର୍ଷ ଘୋଷଣା କରିଥିଲେ। ଆଜି ବରପଦାରେ ବିଶ୍ବବିଦ୍ୟାଳୟ ସ୍ଥାପନ ନିମନ୍ତେ ‌ଉଚ୍ଚଶିକ୍ଷା ସଚିବ ଓ ଅନ୍ୟ ଅଧିକାରୀ କ୍ଷେତ୍ର ଅନୁଧ୍ୟାନ କରିଛନ୍ତି।

ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ  ଭଦ୍ରକ ଜିଲ୍ଲା ଗ୍ରସ୍ତରେ ଆସି  ଭଦ୍ରକ ସ୍ଵୟଂ ଶାସିତ କଲେଜ୍ ପରିସରକୁ ଯାଇ କଲେଜର ସ୍ଥିତି ଅନୁଧ୍ୟାନ କରିଥିଲେ। ଅନେକ ଦିନ ଧରି ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟ ପାଇଁ ଦାବି କରାଯାଇ ଥିବା ବେକେ ବାସ୍ତବରେ  ଏଇ କଲେଜ୍ ପରିସରରେ ବିଶ୍ଵବିଦ୍ୟାଳୟ ହୋଇପାରିବ ନା ଅନ୍ୟ ଏକ ନୂତନ ସ୍ଥାନରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବ ତାହା ଉପରେ ତର୍ଜମା କରିଥିଲେ।

ଭଦ୍ରକ କଲେଜ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଉଚ୍ଚ ଶିକ୍ଷା ସଚିବ ଅଗ୍ରୱାଲ ଭଦ୍ରକର ବରପଦା ଇଂଜିନିୟରିଂ କଲେଜ। ପରିସରକୁ ଯାଇ ଏଠାରେ ଥିବା ୨୫ ଏକର ଜମି ଦେଖିଥିଲେ। ଭଦ୍ରକ ସହର ବରପଦା ଆଡ଼କୁ  ବର୍ଦ୍ଧିତ ହେଉଥିବା ବେକେ ଏଠାରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଉପଯୁକ୍ତ ସ୍ଥାନ ହୋଇପାରିବ  ବୋଲି ଉଚ୍ଚ ଶିକ୍ଷା ସଚିବ ମତ ରଖିଥିଲେ। ଶ୍ରୀ ଅଗ୍ରୱାଲ ଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯାଇଥିବା ବେକେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ମଧ୍ୟ  ବରପଦା ଇଂଜିନିୟରିଂ କଲେଜର ଜମିକୁ ଦେଖି ଫେରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button