ରାଜ୍ୟ

Sea and Chilika: ସମୁଦ୍ର-ଚିଲିକା ମଝିରେ ଥିବା ବାଲିବନ୍ଧ ପୁରୀ ଆଡ଼କୁ ଧସିଲା: ନୂଆ ମୁହାଣ ଖୋଲିବା ଆଶଙ୍କା

ଲଘୁଚାପ ପ୍ରଭାବରେ ସମୁଦ୍ର-ଚିଲିକା ମଝିରେ ଥିବା ବାଲିବନ୍ଧ ପୁରୀ ଆଡ଼କୁ ଧସିଛି। ବାଲିବନ୍ଧ ଧସିବା ଫଳରେ ପୁଣି ଏକ ପ୍ରାକୃତିକ ମୁହାଣ ଖୋଲିବାର ଆଶଙ୍କା ପ୍ରକାଶ ପାଇଛି।

ବ୍ରହ୍ମଗିରି: ଲଘୁଚାପ ପ୍ରଭାବରେ ସମୁଦ୍ର-ଚିଲିକା ମଝିରେ ଥିବା ବାଲିବନ୍ଧ ପୁରୀ ଆଡ଼କୁ ଧସିଛି। ବାଲିବନ୍ଧ ଧସିବା ଫଳରେ ପୁଣି ଏକ ପ୍ରାକୃତିକ ମୁହାଣ ଖୋଲିବାର ଆଶଙ୍କା ପ୍ରକାଶ ପାଇଛି। ଯଦି ଏହି ମୁହାଣ ଖୋଲେ ତେବେ ପ୍ରାକୃତିକ ମୁହାଣ ସଂଖ୍ୟା ୭ରେ ପହ‌ଞ୍ଚିବ। ଗତ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇ ଜୁଆର ଅରଖକୁଦା ଗାଁ ଭିତରେ ପଶିଛି। ଜୁଆର ପ୍ରଭାବରେ ଅରଖକୁଦା ଗାଁ ସାମନା ଲୁଣାପାଣି ଆଗକୁ ବାଲିବନ୍ଧ ଧସିଛି। ପୁରୀ ଆଡ଼କୁ ୩୦ ଫୁଟର ବାଲିବନ୍ଧ ଧସିଛି। ଲୁଣା ପାଣି ମୁହାଣ ନିକଟରେ ଏହି ବାଲିବନ୍ଧ ଧସିଛି।

ଯାହାକି ପୁଣି ଏକ ପ୍ରାକୃତିକ ମୁହାଣ ଖୋଲିବାର ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ଗାଁନାଡ଼, ବିଲୁଆମାରି, ନଙ୍ଗାନାଶି, ଚଡ଼ଚଡ଼ି, ଲୁଣାପାଣି ଓ ଯଜ୍ଞଦଣ୍ତାଠାରେ ପ୍ରାକୃତିକ ମୁହାଣ ପୁରୀ ଆଡ଼କୁ ଖୋଲି ସାରିଛି। ନଙ୍ଗାନାଶି, ଯଜ୍ଞଦଣ୍ତା ଓ ବିଲୁଆମାରି ତିନିଟି ମୁହାଣ ଏକାକାର ହୋଇସାରିଛି। ଏହି ତିନିଟି ମୁହାଣ ସିପବନ୍ତସାହି, ସାନପାଟଣା ଓ ଅରଖକୁଦା ଗାଁ ସାମନାରେ ରହିଛି। ଲୁଣାପାଣି ପ୍ରାକୃତିକ ମୁହାଣ ଅରଖକୁଦା ଗାଁ ସାମନାରେ ରହିଛି। ଲୁଣାପାଣି ପ୍ରାକୃତିକ ମୁହାଣ ପାଖକୁ ଲାଗି ନୂଆକରି ପୁଣି ଥରେ ବାଲିବନ୍ତ ଧସିବା ଏବଂ ସମୁଦ୍ର ପଟୁ ଢାଲୁ ହୋଇଯିବାରୁ ସେଠାରେ ଜୁଆର ମାଡ଼ ହେଉଛି। ଫଳରେ ବାଲିବନ୍ଧ ଅଧିକ ଧସିବାରେ ଲାଗିଛି। ଆଉ ଏକ ଲଘୁଚାପ ପ୍ରଭାବରେ ନୂଆକରି ପୁଣି ଏକ ମୁହାଣ ମେଲିବାର ଆଶଙ୍କା ରହିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ୨୦୦୧ରେ ସରକାର ସିପକୁଦା ଗାଁ ସାମନାରେ ରାମଭରତିଆଠାରେ ୨ଶହ ଫୁଟ ମୁହାଣ ଖୋଲିଥିଲେ। ଏହି ମୁହାଣ କ୍ରମଶଃ ପୁରୀ ଆଡ଼କୁ ବଢ଼ି ୩ କିଲୋମିଟର ମେଲି ଯାଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button