ରାଜ୍ୟ

Woman Dies After Wall Collapses: ବର୍ଷା ନେଲା ଜୀବନ, କାନ୍ଥ ଭୁଶୁଡ଼ି ମହିଳାଙ୍କ ମୃତ୍ୟୁ

ରାୟଗଡ଼ା ୩୦/୦୭: ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳାଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ବାଘଡ଼ଙ୍ଗରୀ ଗାଁରେ କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଗତ କିଛିଦିନ ହେବ ଲଗାଣ ବର୍ଷାରେ ଭିଜି ଦୁର୍ବଳ ହୋଇପଡ଼ିଥିବା କାନ୍ଥଟି ଭୁଶୁଡ଼ି ପଡ଼ିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ବାଘଡ଼ଙ୍ଗରି ଗାଁର ରୁକୁଣି ବଛା ଆଜି ଭୋର ସମୟରେ ନିତ୍ୟକର୍ମ ସାରି ଘରକୁ ଫେରୁଥିବା ବେଳେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ତଳେ ଚାପି ହୋଇଯାଇଥିବା ରୁକୁଣିଙ୍କୁ ଗ୍ରାମବାସୀ ଉଦ୍ଧାର ପାଇଁ ବହୁ ଚେଷ୍ଟା କରିଥିଲେ। କିନ୍ତୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button