Horoscope 2026 August 04: ଜାଣନ୍ତୁ ଆଜିର ରାଶିଫଳ…
ଆପଣଙ୍କ ରାସ୍ତାରେ ଲାଗି ରହିଥିବା ବାଧା ଦୂର ହେବ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ।

ମେଷ: ଆପଣଙ୍କ ରାସ୍ତାରେ ଲାଗି ରହିଥିବା ବାଧା ଦୂର ହେବ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ।
ବୃଷ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଅନ୍ୟମାନଙ୍କର ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
ମିଥୁନ: ପୂଜାପାଠରେ ସମୟ ବିତିବ। ପଡ଼ୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢ଼ାଇବେ। ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ: ଚାଲେଞ୍ଜକୁ ଦୃଢ଼ଭାବେ ମୁକାବିଲା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହୋଇପାରନ୍ତି। ବେପାରରେ ଲାଭ ହେବ। ସପରିବାର ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିପାରନ୍ତି।
ସିଂହ: ଆପଣ ନିଜ କାମରେ ସଫଳତା ଓ ଲାଭ ପାଇବେ। ଅନ୍ୟମାନଙ୍କ କାମରେ ନିଜର ମତ ଦିଅନ୍ତୁ ନାହିଁ। ଘରକୁ କୌଣସି ନୂଆ ବନ୍ଧୁର ଆଗମନ ହେବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।
କନ୍ୟା: କୌଣସି ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ। ମହିଳାଙ୍କ ଲାଗି ଭଲ ଦିନଟିଏ।
ତୁଳା: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ସଙ୍ଗୀତରେ ରୁଚି ରଖୁଥିବା ଲୋକଙ୍କୁ ଭଲ ଗୁରୁ ମିଳିବ। ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ବିଛା: ପରୋପକାର କାର୍ଯ୍ୟରେ ସମୟ ଦେବେ। ଜମିରେ ନିବେଶ ଲାଗି ଭଲ ଦିନଟିଏ। ଆପଣଙ୍କ ପିଲା ବ୍ୟବସାୟ କାମରେ ସହଯୋଗ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।
ଧନୁ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବହୁ ଦିନର ଆଶା ପୂରଣ ହେବ। ପ୍ରସାଧନ ଦୋକାନୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ମକର: ବ୍ୟବସାୟୀଙ୍କୁ ଆଶାଠାରୁ ଅଧିକ ଲାଭ ହେବ। ସ୍ବଭାବରେ ଟିକେ ବିରକ୍ତି ରହିବ। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।
କୁମ୍ଭ: ନୂଆ କାମରେ ରୁଚି ବଢ଼ିବ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ସାମାଜିକ ପରିସର ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କୁ କୌଣସି ଭଲ ଖବର ମିଳିବ।
ମୀନ: ସେମାନଙ୍କ ସହିତ ସମୟ ଅତିବାହିତ କରନ୍ତୁ ଯେଉଁମାନେ ଆପଣଙ୍କୁ ପ୍ରୋତ୍ସାହିତ କରନ୍ତି। ଅଫିସରେ ଅଧିକ ସମୟ ପରିଶ୍ରମ କଲେ ବାକିଥିବା କାମ ପୂରା ହୋଇଯିବ। ପ୍ରେମ ଜୀବନ ଭଲ ରହିବ।
ସୌଜନ୍ୟ ସମ୍ବାଦ




