ରାଜ୍ୟ

DGP: ନାଟକୀୟ ମୋଡ଼ ନେଉଛି ଡିଜିପି ଚୟନ ପ୍ରକ୍ରିୟା: ସଞ୍ଜୀବଙ୍କ ପାଇଁ ବାଟ ଖୋଲୁଛନ୍ତି

ରାଜ୍ୟର ପରବର୍ତ୍ତୀ ଡିଜିପି କିଏ ହେବେ, ତାହାକୁ ନେଇ ସବୁ ମହଲରେ ଉତ୍ସୁକତା ବଢ଼ିବାରେ ଲାଗିଛି। ଏହାରି ଭିତରେ ଡିଜିପି ଚୟନ ପ୍ରକ୍ରିୟା ନାଟକୀୟ ମୋଡ଼ ନେଇଛି। ପରବର୍ତ୍ତୀ ପୁଲିସ ମୁଖିଆ ପଦବିରେ ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୀବ ପଣ୍ଡା....

ଭୁବନେଶ୍ବର: ରାଜ୍ୟର ପରବର୍ତ୍ତୀ ଡିଜିପି କିଏ ହେବେ, ତାହାକୁ ନେଇ ସବୁ ମହଲରେ ଉତ୍ସୁକତା ବଢ଼ିବାରେ ଲାଗିଛି। ଏହାରି ଭିତରେ ଡିଜିପି ଚୟନ ପ୍ରକ୍ରିୟା ନାଟକୀୟ ମୋଡ଼ ନେଇଛି। ପରବର୍ତ୍ତୀ ପୁଲିସ ମୁଖିଆ ପଦବିରେ ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୀବ ପଣ୍ଡା ବସିବେ ବୋଲି ଯେଉଁ ଚର୍ଚ୍ଚା ଚାଲିଛି, ତାକୁ ସରକାର ଆଜି ବଳ ଦେଇଛନ୍ତି। ଶ୍ରୀ ପଣ୍ଡାଙ୍କୁ ରାଜ୍ୟ ସରକାର ଡିଜିପି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅନୁମୋଦନ କରିଛନ୍ତି। ଏଥିସହିତ ସେହି ବ୍ୟାଚ୍‌ର ଆଇପିଏସ୍‌ ଯଶବନ୍ତ  ଜେଠୱାଙ୍କୁ ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ପୂର୍ବରୁ ରାଜ୍ୟ ସରକାର ଡିଜିପି ଚୟନ ପାଇଁ ମେ ୧୪ରୁ ୟୁପିଏସ୍‌ସିଙ୍କ ନିକଟକୁ ୧୧ଜଣ ବରିଷ୍ଠ ଆଇପିଏସ୍‌ଙ୍କ ତାଲିକା ପଠାଇଥିଲେ।

୨ ଏଡିଜିଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି
ୟୁପିଏସ୍‌ସିକୁ ପଠାଗଲା ତାଲିକା
ଖୁବ୍‌ଶୀଘ୍ର ଚୟନ କମିଟି ବୈଠକ

ଗତ ୭ ତାରିଖ ଦିନ ନୂଆଦିଲ୍ଲୀରେ ୟୁପିଏସ୍‌ସି ଚୟନ କମିଟି ବୈଠକ ବସିଥିଲା। ବରିଷ୍ଠତା ଭିତ୍ତିରେ ଯେଉଁ ୩ ଜଣଙ୍କ ନାଁ ଆସିଥିଲା, ସେମାନେ ଥିଲେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର୍‌ ପି କୋଚେ। କିନ୍ତୁ ସୁଶାନ୍ତ ନାଥଙ୍କ ଭିଜିଲାନ୍‌ସ ସ୍ବୀକୃତିକୁ ସରକାର ଫେରାଇବାକୁ କହିଥିଲେ। ଓପିଆର୍‌ବି ପରୀକ୍ଷା ମାମଲାରେ ତଦନ୍ତ ଚାଲିଥିବା ଏବଂ ସରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି କୁହାଗଲା। କମିଟି ଏହାର ବୈଧ ଦସ୍ତାବିଜ ମାଗିବା ସହ ବରିଷ୍ଠତା ଭିତ୍ତିରେ ତାଲିକାରେ ଥିବା ଅନ୍ୟ ଅଧିକାରୀଙ୍କ ଡିଜିପି ପାହ୍ୟା ଜାଣିବାକୁ ଚାହିଁବାରୁ ସରକାର ସମୟ ମାଗିଥିଲେ। ତେଣୁ ନିଷ୍ପତ୍ତି ଅଟକି ଯାଇଥିଲା। ଆଜି ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେଇଥିବା ଦୁଇ ଅଧିକାରୀଙ୍କ ନାମ ୟୁପିଏସ୍‌ସିକୁ ପଠାଇଛନ୍ତି। ଆସନ୍ତା ୧୩ ତାରିଖରେ ପୁଣି ଚୟନ କମିଟି ବୈଠକ ବସିବ ବୋଲି ଜଣାପଡ଼ିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button