Breaking News

ଉତ୍କର୍ଷତା ଓ ସର୍ବାଧିକ ଦୀର୍ଘ ସଡକ ନିର୍ମାଣ ପାଇଁ ବିଭାଗ ଜାତୀୟ ସ୍ତରରେ ପୁରସ୍କୃତ, ସଡକ କ୍ଷେତ୍ରରେ ୧,୦୩,୭୩୧ କିମି ରାସ୍ତା ଓ ୨୨୪୧ ଟି ସେତୁ ନିର୍ମାଣ

ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

0
  • ୧୮୧୬୧ ଟି ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗ 
  • ଗ୍ରାମାଞ୍ଚଳରେ କୋଠାବାଡି ଭିତ୍ତିଭୂମିର ବିକାଶ
  • ପରବର୍ତ୍ତି ୫ ବର୍ଷରେ ୧୫୦୦ ସେତୁ ଓ ୧୫,୦୦୦ କିମି ରାସ୍ତା ନିର୍ମାଣର ଲକ୍ଷ୍ୟ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷର ଗ୍ରାମ୍ୟ ଉନ୍ନୟନ ବିଭାଗର ସଫଳତା ଏବଂ ନିର୍ବାଚନ ଇସ୍ତାହାରରେ ଦିଆ ଯାଇଥିବା ପ୍ରତିଶ୍ରୁତି ଏବଂ ପଦକ୍ଷେପ ବିଷୟରେ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ବିଭାଗ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ନେଇ ବିସ୍ତୃତ ସୂଚନା ଦେବା ସହିତ ବିଭାଗ ଦ୍ୱାରା ନିଆ ଯାଇଥିବା ବିଭିନ୍ନ ପରିବର୍ତ୍ତନମୂଳକ ପଦକ୍ଷେପ ଉପରେ ମଧ୍ୟ ଆଲୋକପାତ କରିଥିଲେ।
ମନ୍ତ୍ରୀ ଶ୍ରୀ ଘଡାଇ ପ୍ରକାଶ କରିଛନ୍ତି ଯେ ଆର୍ଥିକ ବର୍ଷ ୨୦୦୦-୨୦୦୧ ତୁଳନାରେ ବିଭାଗର ବଜେଟ୍‌ ୨୫ ଗୁଣ ବୃଦ୍ଧି ପାଇଛି। ୨୦୦୦-୦୧ ମସିହାରେ ବିଭାଗର ବଜେଟ୍‌ ୩୦୫ କୋଟି ଥିଲାବେଳେ ଏହା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୭୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆଜି ପର୍ଯ୍ୟନ୍ତ ବିଭାଗ ବିଭିନ୍ନ ଯୋଜନା ଅଧୀନରେ ୨୨୪୧ ଗୋଟି ସେତୁ ନିର୍ମାଣ କରିଛି ଏବଂ ଅନ୍ୟ ୧୩୦୪ ଟି ସେତୁ ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ଅଛି। ସଡକ କ୍ଷେତ୍ରରେ ବିଭାଗ ଦ୍ୱାରା ୧,୦୩,୭୩୧ କିମି ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କରାଯାଇ ୧୮୧୬୧ ଟି ଗ୍ରାମବସତିକୁ ସବୁଦିନିଆ ରାସ୍ତା ସଂଯୋଗ ପ୍ରଦାନ କରାଯାଇଛି। ଗ୍ରୀନ୍‌ ଟେକ୍ନୋଲୋଜି ବ୍ୟବହାର କରି ୧୦,୦୦୦ କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରାଯାଇଛି। ଗ୍ରାମାଞ୍ଚଳରେ କୋଠାବାଡି ଭିତ୍ତିଭୂମିର ବିକାଶ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ, ଆଇଟିଆଇ କଲେଜ ଏବଂ ସ୍କୁଲ୍‌ କୋଠା, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ରାଜସ୍ୱ ବିଭାଗ ଆଦିରେ ୮୭୦୦ ଟି କୋଠାବାଡି ନିର୍ମାଣ କରି ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ କରିପାରିଛି।

ବିଜୁ ସେତୁ ଯୋଜନା ଅଧୀନରେ ୭୫୦ ଟି ପ୍ରସ୍ତାବିତ ସେତୁର ଲକ୍ଷ୍ୟ ପୂରଣ ଦିଗରେ ବିଭାଗ ଆଜି ପର୍ଯ୍ୟନ୍ତ ୬୭୯ ଟି ସେତୁ ନିର୍ମାଣ ସମ୍ପୁର୍ଣ୍ଣ କରିଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ମୋଟ ୯୦୦ ଟି ସେତୁ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହେବ। ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଏବଂ ଅନ୍ୟାନ୍ୟ ରାଜ୍ୟ ଯୋଜନା ଅଧୀନରେ ୩୦୦୦ କିଲୋମିଟର ସଡକ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲାବେଳେ ଅଦ୍ୟାବଧି ୬୨୪୭ କିମି ଦñଘ୍ୟ ରାସ୍ତା ନିର୍ମାଣ କରାଯାଇଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଆଉ ୬୦୦୦ କିଲୋମିଟର ରାସ୍ତା ନିର୍ମାଣ କରି ସମୁଦାୟ ୧୨,୨୪୭ କିମି ସମ୍ପୁର୍ଣ୍ଣ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ୨୭୦୭୯ କିମି ରାସ୍ତା ନିର୍ମାଣ କରାଯାଇଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ଆଉ ୭୬୪୩ କିମି ନିର୍ମାଣ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି ଯାହା ସମୁଦାୟ ୩୪୭୨୨ କିମି ଅଟେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମୀଣ ଭିତ୍ତିଭୂମି ବିକାଶ ଲକ୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଏବଂ ରାଜସ୍ୱ ବିଭାଗ ଆଦିରେ ୧୬୪ ଟି କୋଠାବାଡି ନିର୍ମାଣ କରିଛି ଏବଂ ମାର୍ଚ୍ଚ ୨୦୨୪ ସୁଦ୍ଧା ଆଉ ୧୮୬ ଟି କୋଠାବାଡି ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ।

ଗତ ୫ ବର୍ଷ ମଧ୍ୟରେ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଜ୍ୟକୁ ୧୧୫୮ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। ସର୍ବାଧିକ ଲମ୍ବା ସଡ଼କ ନିର୍ମାଣ ଏବଂ ସବୁଜ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ରାସ୍ତା ନିର୍ମାଣପୂର୍ବକ ସଂଯୋଗବିହୀନ ବସତି ଅଞ୍ଚଳରେ ଗମନାଗମନ ସଂଯୋଗ ପ୍ରଦାନ ପାଇଁ ଗ୍ରାମ ଉନ୍ନୟନ ବିଭାଗକୁ ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି।

୨୦୦୦ ମସିହା ପର୍ଯ୍ୟନ୍ତ ବିଭାଗ କେବଳ ୫୮ ଟି ସେତୁ ନିର୍ମାଣ କରିଥିଲା। ବର୍ତ୍ତମାନ ସୁଦ୍ଧା ବିଭାଗ ୨୨୪୧ ସେତୁ ନିର୍ମାଣ ସମ୍ପୁର୍ଣ୍ଣ କରିସାରି ଥିବାବେଳେ ଅନ୍ୟ ୧୩୦୪ ଟି ସେତୁର ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ଅଛି । ଉପରୋକ୍ତ ସେତୁ ମଧ୍ୟରୁ ମହାନଦୀ, ଋଷିକୁଲ୍ୟା, ବ୍ରାହ୍ମଣୀ, ବୈତରଣୀ, ତେଲ ନଦୀ, ଇନ୍ଦ୍ରାବତୀ ଏବଂ ଜିରା ଭଳି ବିଭିନ୍ନ ପ୍ରମୁଖ ନଦୀ ଉପରେ ୫୨ ଟି ସେତୁ ନିର୍ମାଣ କରାଯାଇଛି ଯାହାର ହାରାହାରି ଲମ୍ବ ୫୦୦ ମିଟର ରହିଛି।

ଗ୍ରାମ ଉନ୍ନୟନ ବିଭାଗ ହେଉଛି ପ୍ରଥମ ବିଭାଗ ଯିଏ ସ୍ୱୟଂଚାଳିତ କାର୍ଯ୍ୟ ଏବଂ ଆକାଉଣ୍ଟ୍‌ ମ୍ୟାନେଜମେଣ୍ଟ ପାଇଁ ଡବ୍ଲ୍ୟୁଏଏମଆଇଏସ ପ୍ରଣୟନ କରିଛି ଯାହା ରାଜ୍ୟର ଅନ୍ୟ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ଗ୍ରହଣ କରାଯାଇଛି । ସାମ୍ପ୍ରତିକ ବର୍ଷମାନଙ୍କରେ ଗ୍ରାମ ଉନ୍ନୟନ ବିଭାଗ ରାସ୍ତା ସମୁହ କ୍ସଉR ମାନକ ହେବା ସହିତ ଗ୍ରାମାଞ୍ଚଳରେ ଅଧିକ ଯାନବାହନ ଚଳାଚଳ ପାଇଁ ବ୍ୟବସ୍ଥା ହୋଇ ପାରିଛି । ୨୦୨୪ ମାର୍ଚ୍ଚ ସୁଧା ଖାଲଖମାମୁକ୍ତ ରାସ୍ତା ଏବଂ ଅବାଧ ଗମନାଗମନକୁ ସୁନିଶ୍ଚିତ କରିବାକୁ ବିଭାଗ ୫୦,୦୦୦ କିଲୋମିଟରରୁ ଅଧିକ ରାସ୍ତାର ଗୁଣବତ୍ତାରେ ଉନ୍ନତି ଆଣିବାକୁ ଯୋଜନା କରୁଛି । ବିଭାଗ ପରବର୍ତ୍ତି ୫ ବର୍ଷରେ ବିଜୁ ସେତୁ ଯୋଜନା ଅଧୀନରେ ୬୦୦୦ କୋଟି ବ୍ୟୟରେ ୧୫୦୦ ଟି ନୂତନ ସେତୁ ନିର୍ମାଣ କରିବ ଯାହା ଗ୍ରାମାଞ୍ଚଳର ସଂଯୋଗ ନେଟାର୍କକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ ମୁଖ୍ୟ ମନ୍ତ୍ରୀ ସଡକ ଯୋଜନା ଅଧୀନରେ ୧୫,୦୦୦ …

Leave A Reply

Your email address will not be published.