ଖେଳ

100th scuba dive: ଟାଇଗର୍‌ ସାର୍କଙ୍କ ଗହଣରେ ୧୦୦ତମ ସ୍କୁବାଡାଇଭ୍‌

ଦୁବାଇରେ ରହୁଥିବା ଓଡ଼ିଶାର ଜଣାଶୁଣା ସ୍କୁବା ଡାଇଭର୍‌ ପ୍ରିୟଦର୍ଶୀ ପାଣିଗ୍ରାହୀ ଗଭୀର ସମୁଦ୍ରରେ ନିଜର ୧୦୦ତମ ଡାଇଭିଂ ସଂପୂର୍ଣ୍ଣ କରିଛନ୍ତି। ମାଳଦ୍ବୀପରେ ବହୁ ସଂଖ୍ୟକ ଟାଇଗର୍‌ ସାର୍କଙ୍କ ଉପସ୍ଥିତିରେ ପ୍ରିୟଦର୍ଶୀଙ୍କ ଏହି ଡାଇଭିଂ ବେଶ୍‌ ରୋମାଞ୍ଚଭରା ଥିଲା।

ସମ୍ବଲପୁର: ଦୁବାଇରେ ରହୁଥିବା ଓଡ଼ିଶାର ଜଣାଶୁଣା ସ୍କୁବା ଡାଇଭର୍‌ ପ୍ରିୟଦର୍ଶୀ ପାଣିଗ୍ରାହୀ ଗଭୀର ସମୁଦ୍ରରେ ନିଜର ୧୦୦ତମ ଡାଇଭିଂ ସଂପୂର୍ଣ୍ଣ କରିଛନ୍ତି। ମାଳଦ୍ବୀପରେ ବହୁ ସଂଖ୍ୟକ ଟାଇଗର୍‌ ସାର୍କଙ୍କ ଉପସ୍ଥିତିରେ ପ୍ରିୟଦର୍ଶୀଙ୍କ ଏହି ଡାଇଭିଂ ବେଶ୍‌ ରୋମାଞ୍ଚଭରା ଥିଲା। ୧୦୦ତମ ଡାଇଭ୍‌ ସହ ପ୍ରିୟଦର୍ଶୀଙ୍କ ସୌଖୀନ ଡାଇଭର୍‌ କ୍ୟାରିୟର୍‌ରେ ଆଉ ଏକ ମାଇଲ୍‌ଖୁଣ୍ଟ ଯୋଡ଼ିହୋଇଛି। ମାଳଦ୍ବୀପର ଫୁଭାମୁଲା ଦ୍ବୀପ ନିକଟ ଗଭୀର ସମୁଦ୍ରରେ ପ୍ରିୟଦର୍ଶୀ ଏହି ଡାଇଭିଂ କରିଥିବାବେଳେ ତାଙ୍କ ସହ ଝିଅ ତିସ୍ୟା ପାଣିଗ୍ରାହୀ ସାଥୀ ଡାଇଭର୍‌ ଥିଲେ। ଭୂମଧ୍ୟରେଖାର ଠିକ୍‌ ତଳେ ଅବସ୍ଥିତ ଫୁଭାମୁଲାକୁ ବିଶ୍ବର ‘ଟାଇଗର୍‌ ସାର୍କ ରାଜଧାନୀ’ କହାଯାଏ। ପାଣିକୁ ଓହ୍ଲାଇବା ପରେ ଉଭୟ ବାପଝିଅ ବିଭିନ୍ନ ଆକାରର ଟାଇଗର୍‌ ସାର୍କଙ୍କ ମଧ୍ୟରେ ଘେରି ହୋଇ ଯାଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button