Manav Suthar: ୯୩ ବର୍ଷ ତଳର ପୁରୁଣା ରେକର୍ଡ ସହ ସମକକ୍ଷ ହେଲେ ସୁଥାର
ଭାରତୀୟ ଟେଷ୍ଟ୍ ଇତିହାସରେ ମାନବ ସୁଥାର ନୂଆ ଅଧ୍ୟାୟ ରଚିଛନ୍ତି। ପ୍ରଥମ ଉଭୟ ଘରୋଇ ଓ ବିଦେଶୀ ଟେଷ୍ଟ୍ରେ ୫ ୱିକେଟ୍ ସଫଳତା ପାଇବାରେ ସୁଥାର ପ୍ରଥମ ସ୍ପିନର ଏବଂ ଦ୍ୱିତୀୟ ଭାରତୀୟ କ୍ରିକେଟର୍ ହୋଇଛନ୍ତି।

ଗଲ୍:ଭାରତୀୟ ଟେଷ୍ଟ୍ ଇତିହାସରେ ମାନବ ସୁଥାର ନୂଆ ଅଧ୍ୟାୟ ରଚିଛନ୍ତି। ପ୍ରଥମ ଉଭୟ ଘରୋଇ ଓ ବିଦେଶୀ ଟେଷ୍ଟ୍ରେ ୫ ୱିକେଟ୍ ସଫଳତା ପାଇବାରେ ସୁଥାର ପ୍ରଥମ ସ୍ପିନର ଏବଂ ଦ୍ୱିତୀୟ ଭାରତୀୟ କ୍ରିକେଟର୍ ହୋଇଛନ୍ତି। ୨୪ ବର୍ଷୀୟ ଏହି ରାଜସ୍ଥାନ ସ୍ପିନର ୨୦୨୬ ଜୁନ୍ ୬ରେ ମୁଲାନପୁରରେ ଆଫଗାନିସ୍ତାନ ବିପକ୍ଷରେ ନିଜ ଟେଷ୍ଟ୍ ପଦାର୍ପଣର ପ୍ରଥମ ପାଳିରେ ୬ ୱିକେଟ୍ ନେଇଥିଲେ। ଅଗଷ୍ଟ ୧୫ରୁ ୧୯ ପର୍ଯ୍ୟନ୍ତ ଗଲ୍ରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ରେ ସେ ମୋଟ ୧୦ ୱିକେଟ୍ ନେଇ ପ୍ରଥମ ବିଦେଶ ଗସ୍ତରେ ଚମତ୍କାର ଆରମ୍ଭ କରିଛନ୍ତି।
ପ୍ରଥମ ପାଳିରେ ୫/୯୦ ବୋଲିଂ ସଫଳତା
ଏହି ମ୍ୟାଚ୍ର ପ୍ରଥମ ପାଳିରେ ୪/୭୬ ଓ ଦ୍ବିତୀୟରେ ୬/୫୫ ବୋଲିଂ ସଫଳତା ପାଇଥିଲେ। ଏଥିସହ ଘରୋଇ ଓ ବିଦେଶରେ ନିଜର ପ୍ରଥମ ଟେଷ୍ଟ୍ରେ ୫ ୱିକେଟ୍ ଲେଖାଏଁ ସଫଳତା ପାଇବାରେ ସେ ପ୍ରଥମ ସ୍ପିନର ହୋଇଥିଲା ବେଳେ ଦ୍ବିତୀୟ ଭାରତୀୟ କ୍ରିକେଟର୍ ହୋଇନ୍ତି। ପୂର୍ବରୁ ଭାରତର ମହମ୍ମଦ ନିସାର କେବଳ ଏହି ସଫଲତା ପାଇଥିଲେ। ନିସାର ୧୯୩୨ ଜୁନ୍ ୨୫ ତାରିଖରେ ଲର୍ଡ୍ସରେ ଖେଳାଯାଇଥିବା। ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ରେ ପଦାର୍ପଣ କରି ପ୍ରଥମ ପାଳି ୫/୯୩ ସଫଳତା ପାଇଥିଲେ। ଏଥିସହ ସେ ପ୍ରଥମ ଭାରତୀୟ ଭାବେ ଟେଷ୍ଟ୍ରେ ୫ ୱିକେଟ୍ ସଫଳତା ପାଇଥିଲେ। ଏହାପରେ ସେ ସେହି ଇଂଲଣ୍ଡ ବିପକ୍ଷରେ ମୁମ୍ବାଇରେ ୧୯୩୩ ଡିସେମ୍ବର ୧୫ ତାରିଖରେ ପ୍ରଥମ ଘରୋଇ ଟେଷ୍ଟ୍ ଖେଳିଥିଲେ ଏବଂ ପ୍ରଥମ ପାଳିରେ ୫/୯୦ ବୋଲିଂ ସଫଳତା ପାଇଥିଲେ। ଘରେ ଓ ବିଦେଶରେ ନିଜର ପ୍ରଥମ ଟେଷ୍ଟ୍ରେ ୫ ୱିକେଟ୍ ଲେଖାଏଁ ୱିକେଟ୍ ନେବାରେ ସେ ପ୍ରଥମ ଭାରତୀୟ ବୋଲର ହୋଇଥିଲେ। ଭାରତୀୟ ଭାବେ ଏହି ୯୩ ବର୍ଷ ତଳର ରେକର୍ଡ ସମକକ୍ଷ ହୋଇଛନ୍ତି ସୁଥାର।
ଶ୍ରୀଲଙ୍କା ବିପକ୍ଷରେ ୬ ୱିକେଟ୍ ନେବାରେ ସେ ରବିନ୍ଦ୍ରନ ଅଶ୍ବିନ ଓ ହରଭଜନ ସିଂହଙ୍କ ପରେ ତୃତୀୟ ଖେଳାଳି ହୋଇଛନ୍ତି। ଏହି ଟେଷ୍ଟ୍ରେ ତାଙ୍କ ୫୪.୨ ଓଭରରେ ୧୦/୧୩୧, ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଭାବେ ସର୍ବଶ୍ରେଷ୍ଠ ବୋଲିଂ ସଫଳତ।। ପୂର୍ବରୁ ଏହି ସ୍ଥାନରେ ହରଭଜନ ସିଂହ (୧୦/୧୫୩) ଥିଲେ। ସୁଥାର ମଧ୍ୟ ଗୋଟିଏ ଟେଷ୍ଟ୍ରେ ୧୦ ୱିକେଟ୍ ନେବାରେ ସର୍ବକନିଷ୍ଠ ଭାରତୀୟ ଖେଳାଳି ହୋଇଛନ୍ତି।
ସୌଜନ୍ୟ ସମ୍ବାଦ




