ରାଜ୍ୟ
ହୀରାକୁଦରେ ବଢ଼ିଲା ବନ୍ୟାଜଳ, ଖୋଲିଲା ଆଉ ଦୁଇ ଗେଟ

ଭୁବନେଶ୍ୱର : ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଉପରମୁଣ୍ଡରେ ବର୍ଷା ପରିମାଣ ବଢ଼ିବା ଯୋଗୁଁ ଜଳଭଣ୍ଡାରକୁ ପୁଣିଥରେ ପ୍ରବଳ ବନ୍ୟାଜଳ ପ୍ରବେଶ କରୁଛି। ଫଳରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଉ ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୧୧ଟି ଏବଂ ଡାହାଣ ପାର୍ଶ୍ୱର ୬ଟି, ମୋଟ୍ ୧୭ଟି ସ୍ଲୁଇସ୍ ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ କରାଯାଉଛି।
ସୌଜନ୍ୟ ସମାଜ




