ଖେଳ

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ୨୦୨୫-୨୭ ପଏଣ୍ଟ ଟେବୁଲ; ଭାରତର ପଏଣ୍ଟ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ୨୦୨୫-୨୭ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଭାରତ ସ୍ଥିର ରହିଥିଲେ ମଧ୍ୟ ପଏଣ୍ଟ ପ୍ରତିଶତ (ପିସିଟି) ବୃଦ୍ଧି ପାଇଛି। ଗଲ୍‌ରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତ ୧୬୫ରନରେ ଜିତିବା ପରେ ପଏଣ୍ଟ ପ୍ରତିଶତ ୪୮.୧୪ରୁ ବୃଦ୍ଧି ପାଇ ୫୩.୩୩ରେ ପହଞ୍ଚିଛି। ଭାରତ ୧୦ଟି ମ୍ୟାଚ ଖେଳି ୫ଟି ବିଜୟ, ୪ଟି ପରାଜୟ ଓ ଗୋଟିଏ ଡ୍ର ସହ ୬୪ ପଏଣ୍ଟ ଓ ୫୩.୩୩ ପିିସିଟି ସହ ପଞ୍ଚମ ସ୍ଥାନରେ ରହିିଛି। ଅଷ୍ଟ୍ରେଲିଆ ୯ଟି ମ୍ୟାଚରୁ ୭ଟି ବିଜୟ,୨ଟି ପରାଜୟ ସହ ୮୪ ପଏଣ୍ଟ ଓ ୭୭.୭୮ ପିସିଟି ସହ ଶୀର୍ଷରେ ସ୍ଥିର ରହିଥିବାବେଳେ ଦକ୍ଷିଣ ଆଫ୍ରିକା ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ୩୬ ପଏଣ୍ଟ ଓ ୭୫.୦୦ ପିସିଟି ସହ ଦ୍ବିତୀୟ ଓ ନ୍ୟୁଜିଲାଣ୍ଡ ୬ଟି ମ୍ୟାଚରୁ ୪ଟି ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୫୨ ପଏଣ୍ଟ ଓ ୭୨.୨୨ ପିସିଟି ସହ ତୃତୀୟ ସ୍ଥାନରେ ରହିଛି। ବାଂଲାଦେଶ ୫ଟି ମ୍ୟାଚରୁ ୩ଟି ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୪୦ ପଏଣ୍ଟ ଓ ୬୬.୬୭ ପିସିଟି ସହ ଚତୁର୍ଥ ସ୍ଥାନରେ ରହିଛି। ଶ୍ରୀଲଙ୍କା ଭାରତ ନିକଟରୁ ଗଲ୍‌ ଟେଷ୍ଟରେ ପରାଜିତ ହୋଇଥିଲେ ମଧ୍ୟ ୫ଟି ମ୍ୟାଚରୁ ଗୋଟିଏ ବିଜୟ, ୨ଟି ପରାଜୟ ଓ ୨ଟି ଡ୍ର ସହ ୩୩.୩୩ ପିସିଟି ସହ ଷଷ୍ଠ ସ୍ଥାନରେ ସ୍ଥିର ରହିଛି।ଅନ୍ୟମାନଙ୍କ ମଧ୍ୟରେ ଇଂଲଣ୍ଡ ସପ୍ତମ, ପାକିସ୍ତାନ ଅଷ୍ଟମ ଓ ୱେଷ୍ଟଇଣ୍ଡିଜ୍‌ ନବମ ସ୍ଥାନରେ ରହିଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button