ଦେଶ ବିଦେଶ
Somalia piracy: ସୋମାଲିଆ ଉପକୂଳରେ ତୁର୍କୀର ଅସ୍ତ୍ର ନେଇ ଯାଉଥିବା ଜାହାଜ ଅପହୃତ, ୬ ଭାରତୀୟ ନାବିକ ଥିବା ସୂଚନା
ସୋମାଲିଆର ପୁଣ୍ଟଲାଣ୍ଡ ଉପକୂଳରେ ତୁର୍କୀର ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମରିକ ସାମଗ୍ରୀ ନେଇ ଯାଉଥିବା ଏକ କାର୍ଗୋ ଜାହାଜକୁ ସମୁଦ୍ର ଡକାୟତମାନେ ଅପହରଣ କରି ନେଇଛନ୍ତି। ଏହି ଜାହାଜରେ ୬ ଜଣ ଭାରତୀୟ ନାବିକଙ୍କ ସମେତ ମୋଟ ୧୦ ଜଣ କ୍ରୁ ସଦସ୍ୟ...

ମୋଗାଦିଶୁ: ସୋମାଲିଆର ପୁଣ୍ଟଲାଣ୍ଡ ଉପକୂଳରେ ତୁର୍କୀର ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମରିକ ସାମଗ୍ରୀ ନେଇ ଯାଉଥିବା ଏକ କାର୍ଗୋ ଜାହାଜକୁ ସମୁଦ୍ର ଡକାୟତମାନେ ଅପହରଣ କରି ନେଇଛନ୍ତି। ଏହି ଜାହାଜରେ ୬ ଜଣ ଭାରତୀୟ ନାବିକଙ୍କ ସମେତ ମୋଟ ୧୦ ଜଣ କ୍ରୁ ସଦସ୍ୟ ଥିଲେ। ଗୁରୁବାର ସୋମାଲିଆର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଚାରି ଦିନ ପରେ ମଧ୍ୟ ଜାହାଜ ଓ ଏଥିରେ ଥିବା କ୍ରୁ ସଦସ୍ୟଙ୍କ ସ୍ଥିତି ସ୍ପଷ୍ଟ ହୋଇନାହିଁ।
ସୌଜନ୍ୟ ସମ୍ବାଦ




