ରାଜ୍ୟ

Highcourt: ସିଧାସଳଖ ଜିଲ୍ଲା ଜଜ୍‌ କ୍ୟାଡର ପଦରେ ନିଯୁକ୍ତି ପରୀକ୍ଷା, ସାକ୍ଷାତକାର ପାଇଁ ଆବେଦନକାରୀଙ୍କୁ ସୁଯୋଗ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

୨୦୨୩ ମସିହାରେ ବାର୍‌ରୁ ସିଧା ସଳଖ ଜିଲ୍ଲା ଜଜ୍ କ୍ୟାଡରରେ ନିଯୁକ୍ତି ପାଇଁ ଅନୁଷ୍ଠିତ ଲିଖିତ ପରୀକ୍ଷାରେ ଜ‌ଣେ ପ୍ରାର୍ଥୀଙ୍କ ଉତ୍ତରଖାତାର ମୂଲ୍ୟାୟନରେ ତ୍ରୁଟି ଓ ଅନିୟମିତତା ଅଭିଯୋଗ କରି ଦାୟର ମାମଲାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି।

କଟକ: ୨୦୨୩ ମସିହାରେ ବାର୍‌ରୁ ସିଧା ସଳଖ ଜିଲ୍ଲା ଜଜ୍ କ୍ୟାଡରରେ ନିଯୁକ୍ତି ପାଇଁ ଅନୁଷ୍ଠିତ ଲିଖିତ ପରୀକ୍ଷାରେ ଜ‌ଣେ ପ୍ରାର୍ଥୀଙ୍କ ଉତ୍ତରଖାତାର ମୂଲ୍ୟାୟନରେ ତ୍ରୁଟି ଓ ଅନିୟମିତତା ଅଭିଯୋଗ କରି ଦାୟର ମାମଲାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଆବେଦନକାରୀଙ୍କ ଏକ ଲିଖିତ ପରୀକ୍ଷାଉତ୍ତରଖାତାର ମୂଲ୍ୟାଙ୍କନରେ ତ୍ରୁଟି ଓ ପରିବର୍ତ୍ତନ କରାଯାଇଥିବା ସ୍ପଷ୍ଟ ହୋଇଥିଲା। ସଂପୃକ୍ତ ପେପରରେ ୪୨ ପରିବର୍ତ୍ତେ ୪୫ ନମ୍ବର ପାଇବାକୁ ଆବେଦନକାରୀ ଯୋଗ୍ୟ ବୋଲି ଜଣା ପଡ଼ିବା ପରେ ତାଙ୍କୁ ସାକ୍ଷାତକାର ପାଇଁ ସୁଯୋଗ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ମାନସ ରଞ୍ଜନ ପାଠକ ଓ ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୀତାଞ୍ଜଳି ମାଝୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହି ପ୍ରସଂଗକୁ ମୁଖ୍ୟ ବିଚାରପତିଙ୍କ ନିକଟରେ ଉପସ୍ଥାପନ କରିବାକୁ ରେଜିଷ୍ଟ୍ରାର ଜେନେରାଲଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କମିଟି ଗଠନ କରାଯାଇ ଆବେଦନକାରୀଙ୍କ ସାକ୍ଷାତକାର ପ୍ରକ୍ରିୟା ଶେଷ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଏ ସମସ୍ତ ପ୍ରକ୍ରିୟା ଦୁଇ ସପ୍ତାହ ଭିତରେ ସଂପୂର୍ଣ୍ଣ ହେବ ବୋଲି ଖଣ୍ଡପୀଠ ଆଶାପ୍ରକାଶ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button