ରାଜ୍ୟ

Jeypore: ଅବକାରୀ ଚଢ଼ଉ: ୨୭ ଲିଟର ଦେଶୀ ମଦ ଜବତ, ୨ ଗିରଫ

ସ୍ୱତନ୍ତ୍ର ଟିମ୍‌ ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ବେଆଇନ ଦେଶୀ ମଦ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଜୟପୁର: ଜୟପୁର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ମଦ କାରବାର ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କଡ଼ାକଡ଼ି କରାଯାଇଛି। ଜୟପୁର ରେଞ୍ଜ ଅବକାରୀ ଇନ୍ସପେକ୍ଟରଙ୍କ ପ୍ରତ୍ୟକ୍ଷ ତଦାରଖରେ ସ୍ୱତନ୍ତ୍ର ଟିମ୍‌ ଗୁରୁବାର  ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ବେଆଇନ ଦେଶୀ ମଦ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗଡ଼ପଦର ଅଞ୍ଚଳର ମଦନ ସୁନା ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ମଦ ଚାଲାଣ କରୁଥିବା ବେଳେ ଖ୍ରୀଷ୍ଟିଆନ୍‌ପେଟା ନିକଟରୁ ତାଙ୍କୁ ଗିରଫ କରାଯାଇଛି।

ତାଙ୍କ ନିକଟରୁ ୧୫ ଲିଟର ଦେଶୀ ମଦ ଜବତ କରାଯିବା ସହ ଏକ ମୋଟରସାଇକେଲ୍‌ ଜବତ କରାଯାଇଛି। ପ୍ରଥମ ଘଟଣାରେ ତଦନ୍ତ ଅଧିକାରୀ ଭାବେ ଅବକାରୀ ନିରୀକ୍ଷକ ଅଜୟ ନାୟକ ରହିଛନ୍ତି। ଅନ୍ୟ ଏକ ଘଟଣାରେ ସଦର ଥାନା ଅନ୍ତର୍ଗତ ଗରୁଡ଼ୁଗୁଡ଼ା ଗ୍ରାମର ଧନୁର୍ଜୟ ଗଦବାଙ୍କ ନିକଟରୁ ୧୨ ଲିଟର ବେଆଇନ ଦେଶୀ ମଦ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ସେହିପରି ଦ୍ୱିତୀୟ ମାମଲାରେ ତଦନ୍ତ ଅଧିକାରୀ ଭାବେ ଅବକାରୀ ଥାନା ଅଧିକାରୀ ସୁବ୍ରତ କେଶରୀ ହିରଣ ରହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button