LOOT: ୮ ଲୁଟେରା ଗିରଫ, ୧୦.୫ ଲକ୍ଷର ସୁନା-ରୂପା ଓ ସାମଗ୍ରୀ ଜବତ
ଜୟପୁର ସହର ଓ ଆଖପାଖ ଅଞ୍ଚଳରେ ଚୋରି, ଲୁଟ୍, ଘରେ କାନ୍ଥ ଓ କବାଟ ଭାଙ୍ଗି ଚୋରି ଏବଂ ଦାଦାବଟି ଆଦାୟ ଭଳି ଅପରାଧ ଘଟଣାରେ ଟାଉନ୍ ପୁଲିସକୁ ବଡ଼ ସଫଳତା ମିଳିଛି।

ଜୟପୁର: ଜୟପୁର ସହର ଓ ଆଖପାଖ ଅଞ୍ଚଳରେ ଚୋରି, ଲୁଟ୍, ଘରେ କାନ୍ଥ ଓ କବାଟ ଭାଙ୍ଗି ଚୋରି ଏବଂ ଦାଦାବଟି ଆଦାୟ ଭଳି ଅପରାଧ ଘଟଣାରେ ଟାଉନ୍ ପୁଲିସକୁ ବଡ଼ ସଫଳତା ମିଳିଛି। ଟାଉନ୍ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅର୍ଚ୍ଚିତା ମିତ୍ତଲ ସୂଚନା ଦେଇ କହିଛନ୍ତି ଯେ ବିଭିନ୍ନ ମାମଲାରେ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ପ୍ରାୟ ୧୦.୫ ଲକ୍ଷ ଟଙ୍କାର ସୁନା ରୂପା ଅଳଙ୍କାର, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଘରୋଇ ଉପକରଣ ଓ ଦାଦାବଟି ଆଦାୟରେ ବ୍ୟବହୃତ ଅସ୍ତ୍ର ଜବତ ହୋଇଛି। ଜୟପୁର ସୁନାରୀ ସାହିସ୍ଥିତ ସ୍କୁଲରୁ ଚୋରି ହୋଇଥିବା ସ୍ମାର୍ଟ ପ୍ୟାନେଲ୍ ଟିଭି, ଆଦର୍ଶନଗରସ୍ଥିତ କାର୍ଯ୍ୟାଳୟରୁ ଚୋରି ହୋଇଥିବା ଏସିଅର୍ କମ୍ପ୍ୟୁଟର, ଧୋବାସାହିରୁ ଚୋରି ସିଲେଇ ମେସିନ୍ ସମେତ ବିଭିନ୍ନ ଚୋରି ସାମଗ୍ରୀ ପୁଲିସ ଉଦ୍ଧାର କରିଛି। ହାନାଗୁଡ଼ାର ଏକ ଘରେ କାନ୍ଥ ଓ କବାଟ ଭାଙ୍ଗି ଚୋରି ହୋଇଥିବା ସୁନା ରୂପା ଅଳଙ୍କାର ମଧ୍ୟ ଜବତ ହୋଇଛି।
ସୌଜନ୍ୟ ସମ୍ବାଦ




