ଦେଶ ବିଦେଶ

ଅତ୍ୟନ୍ତ ଦୁଃଖଦ, ହୃଦୟ ବିଦାରକ : ଶିକ୍ଷୟିତ୍ରୀଙ୍କ ଗାଳି ଓ ମାଡ ପରେ ଟଳି ପଡ଼ିଲା ୬ ବର୍ଷର ଶିଶୁ

ବିଶାଖାପାଟଣା : ହୋମ୍ ୱାର୍କ ହେଲା କାଳ। ଘରେ ପାଠ କରିନଥିବାରୁ ଶିକ୍ଷୟିତ୍ରୀଙ୍କ ଗାଳି ଓ ମାଡ ପରେ ଟଳି ପଡ଼ିଲା ୬ ବର୍ଷର ଶିଶୁ। ଏଭଳି ଅତ୍ୟନ୍ତ ଦୁଃଖଦ, ହୃଦୟ ବିଦାରକ ଓ ଅଭାବନୀୟ ଘଟଣା ଆସିଛି, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ।

ମିଳିଥିବା ଖବର ଅନୁସାରେ, ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷୀୟ ଏଲକେଜି ଛାତ୍ରର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ପିଲାଟିର ପିତାମାତା ଘଟଣାର ତଦନ୍ତ କରିବା ପାଇଁ ସ୍କୁଲର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ ଏବଂ ଜାଣି ପାରିଲେ ଯେ ଶିକ୍ଷୟିତ୍ରୀ ଛାତ୍ରଟିକୁ ଗୃହକାର୍ଯ୍ୟ (ହୋମୱାର୍କ) ନକରି ଥିବାରୁ ଗାଳି ଦେଇଥିଲେ ଏବଂ ଚାପୁଡ଼ା ମାରିଥିଲେ। ଏହି ସମୟରେ ପିଲାଟି କାନ୍ଦିବାକୁ ଲାଗିଲା ଏବଂ ଶିକ୍ଷୟିତ୍ରୀଙ୍କ କୋଳରେ ଅଚେତ ହୋଇଗଲା। ସେ ତାକୁ ବଂଚାଇବାକୁ ଚେଷ୍ଟା କଲେ କିନ୍ତୁ କୌଣସି ଉତ୍ତର ପାଇଲେ ନାହିଁ। ପିଲାଟିକୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାକୁ ମୃତ ଘୋଷଣା କରାଯାଇଥିଲା।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button