ଦେଶ ବିଦେଶ

ଡାକ୍ତରଙ୍କୁ ମିଳିବ ସ୍ବତନ୍ତ୍ର ପରିଚୟ ପତ୍ର

ନୂଆଦିଲ୍ଲୀ : କେନ୍ଦ୍ର ସ୍ତରରେ ପଞ୍ଜିକୃତ ପ୍ରତ୍ୟେକ ଡାକ୍ତରଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପତ୍ର (ୟୁଆଇଡି) ପ୍ରଦାନ କରିବାକୁ ଜାତୀୟ ମେଡିକାଲ କମିସନ (ଏନଏମସି) ପ୍ରସ୍ତାବ ଦେଇଛି। ଏହା ଦ୍ବାରା ରାଜ୍ୟ ମେଡିକାଲ ପଞ୍ଜିକାରେ ପଞ୍ଜିକୃତ ହେବା ପରେ ଜଣେ ଡାକ୍ତରଙ୍କୁ ଦେଶର ଅନ୍ୟ କୌଣସି ରାଜ୍ୟରେ ପ୍ରାକ୍ଟିସ ପାଇଁ ନୂଆ ପଞ୍ଜୀକରଣ କିମ୍ବା ଲାଇସେନ୍ସ ପାଇବାର ଆବଶ୍ୟକତା ପଡ଼ିବନି। ପ୍ରସ୍ତାବ ଅନୁଯାୟୀ, ଡାକ୍ତରମାନଙ୍କର ଏକ ଜାତୀୟ ଡିଜିଟାଲ ରେକର୍ଡ ପ୍ରସ୍ତୁତ କରାଯିବ। ଏହି ରେକର୍ଡରେ ପଞ୍ଜୀକରଣ, ଲାଇସେନ୍ସ ସ୍ଥିତି ଓ ଡାକ୍ତରଙ୍କ ବିରୋଧରେ ନିଆଯାଇଥିବା ଯେକୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ବିବରଣୀ ରହିବ। ଏହା ଅନଲାଇନରେ ଉପଲବ୍ଧ ହେବ। ରୋଗୀ ଓ ଡାକ୍ତରଖାନାଗୁଡ଼ିକୁ ଏହା ଦେଖିବାକୁ ଅନୁମତି ମିଳିବ। ଡାକ୍ତରଙ୍କ ପଞ୍ଜୀକରଣ ଓ ପ୍ରାକ୍ଟିସ ଲାଇସେନ୍ସ ସମ୍ବନ୍ଧିତ ୨୦୨୬ର ଚିଠା ନିୟମରେ ଏହି ପ୍ରସ୍ତାବ ଦିଆଯାଇଛି। ଜଣେ ଡାକ୍ତର ରାଜ୍ୟ ମେଡିକାଲ ପରିଷଦରୁ ପଞ୍ଜୀକରଣ ପାଇବା ପରେ ଏନଏମସିର ନୀତି ଓ ଚିକିତ୍ସା ପଞ୍ଜୀକରଣ ବୋର୍ଡ (ଇଏମଆରବି) ଏକ ସ୍ବତନ୍ତ୍ର ପରିଚୟ ପତ୍ର (ୟୁଆଇଡି) ଜାରି କରିବ। ଏହା ପରେ ଡାକ୍ତରଙ୍କ ନାମ ଜାତୀୟ ଚିକିତ୍ସା ପଞ୍ଜୀକରଣ (ଏନଏମଆର)ରେ ରେକର୍ଡ କରାଯିବ। ଏହା ସାରା ଦେଶରେ ଡାକ୍ତରଙ୍କ ପରିଚୟ ପତ୍ର ଭାବେ କାର୍ଯ୍ୟ କରିବ। ଜଣେ ଡାକ୍ତରଙ୍କ ଲାଇସେନ୍ସ ୫ ବର୍ଷ ପାଇଁ ବୈଧ ରହିବ। ଏହି ଅବଧି ଶେଷ ହେବାର ୩ ମାସ ଭିତରେ ନବୀକରଣ ନ କଲେ ଆଇଡି ନିଷ୍କ୍ରିୟ ହୋଇଯିବ। ପରେ ଡାକ୍ତର ଆଉ ପ୍ରାକ୍ଟିସ କରିପାରିବେ ନାହିଁ।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button