ମନୋରଞ୍ଜନ

Imran: ଆବେଗର ନାମ ଇମରାନ

ଦୁଇ ଦଶନ୍ଧି ତଳେ ମୁକ୍ତିଲାଭ କରିଥିବା ‘ଆଵାରାପନ୍’ର ସିକ୍ବେଲ୍‌ ଭାବେ ‘ଆଵାରାପନ୍ ୨’ରେ ଚିତ୍ରନାଟ୍ୟ, ନିର୍ଦେଶନା, ସଂଗୀତ ଅଥବା ଅଭିନୟର କିଛି ଚମତ୍କାରିତା ନାହିଁ। ତଥାପି ବିଶେଷ ପ୍ରଚାର ବିନା ଏହି ଚଳଚ୍ଚିତ୍ରଟି ଦେଖିବା ପାଇଁ ପ୍ରେକ୍ଷାଳୟରେ ଅପ୍ରତ୍ୟାଶିତ ସଂଖ୍ୟକ ଦର୍ଶକଙ୍କ ପଦପାତ ହେଉଛି।

ଦୁଇ ଦଶନ୍ଧି ତଳେ ମୁକ୍ତିଲାଭ କରିଥିବା ‘ଆଵାରାପନ୍’ର ସିକ୍ବେଲ୍‌ ଭାବେ ‘ଆଵାରାପନ୍ ୨’ରେ ଚିତ୍ରନାଟ୍ୟ, ନିର୍ଦେଶନା, ସଂଗୀତ ଅଥବା ଅଭିନୟର କିଛି ଚମତ୍କାରିତା ନାହିଁ। ତଥାପି ବିଶେଷ ପ୍ରଚାର ବିନା ଏହି ଚଳଚ୍ଚିତ୍ରଟି ଦେଖିବା ପାଇଁ ପ୍ରେକ୍ଷାଳୟରେ ଅପ୍ରତ୍ୟାଶିତ ସଂଖ୍ୟକ ଦର୍ଶକଙ୍କ ପଦପାତ ହେଉଛି। ଏହାର ମୁଖ୍ୟ କାରଣ ଭାବେ ଅଭିନେତା ଇମରାନ ହାଶମୀଙ୍କ ଭୂମିକା ଉଲ୍ଲେଖନୀୟ। ସେ ଗୋଟିଏ ପିଢ଼ିର ପ୍ରେମ, ଅପୂର୍ଣ୍ଣତା, ମହତ୍ତ୍ବାକାଂକ୍ଷା ଭଳି ଆବେଗର ପ୍ରତିନିଧି ସାଜି ସ୍ବୟଂ ଏକ ଚଳଚ୍ଚିତ୍ର ବିଭାଗ ପାଲଟିଯାଇଛନ୍ତି କହିଲେ ଭୁଲ୍‌ ହେବ ନାହିଁ। ଇମରାନଙ୍କ ଚଳଚ୍ଚିତ୍ରର ଗୀତଗୁଡ଼ିକୁ ମଧ୍ୟ  ଗାୟକ, ସଂଗୀତ ନିର୍ଦେଶକଙ୍କ ବଦଳରେ ତାଙ୍କ ନାମ ସହିତ ଅଧିକ ଯୋଡ଼ାଯାଇଥାଏ।

‘ଆଵାରାପନ୍’ରେ ନାୟକ ଶିବମ ପଣ୍ଡିତ (ଇମରାନ ହାଶମୀ) ନିଜ ପ୍ରେମିକାକୁ ହରାଇବା ପରେ ଶେଷରେ ଦୁଇଜଣ ପ୍ରେମୀଙ୍କୁ ଏକାଠି କରିବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଇଥିଲା। ପ୍ରେମ ପାଇଁ ଏହି ବଳିଦାନ ଯୋଗୁଁ ହିଁ ଶିବମ ଚରିତ୍ର ଏକପ୍ରକାର କିଂବଦନ୍ତି ପାଲଟିଯାଇଛି। ମୋହିତ ସୂରୀଙ୍କ ବିଚକ୍ଷଣ ନିର୍ଦେଶନା ଓ ପ୍ରୀତମଙ୍କ ଯାଦୁକରୀ ସଂଗୀତ ଏହି କାହାଣୀକୁ ଯେମିତି ଜୀବନ୍ତ ଓ ହୃଦୟବିଦାରକ କରିଥିଲା, ‘ଆଵାରାପନ୍ ୨’ରେ ତାହାର ଅଭାବ ହିଁ ସବୁଠାରୁ ଅଧିକ ଅନୁଭୂତ ହେଲା। ତଥାପି ସ୍ବୀକାର କରିବାକୁ ହେବ ଯେ ନିର୍ଦେଶକ ନିତିନ କକ୍କରଙ୍କ ତତ୍ତ୍ବାବଧାନରେ ଏହି ଚଳଚ୍ଚିତ୍ରର ବୈଷୟିକ ଦିଗଗୁଡ଼ିକ ପ୍ରଥମ ଚଳଚ୍ଚିତ୍ର ଠାରୁ ବହୁଗୁଣ ଉତ୍କୃଷ୍ଟ। ବ୍ୟାଙ୍କକ୍ ସହରରେ ଆକ୍ସନ୍ ଦୃଶ୍ୟଗୁଡ଼ିକୁ ଉତ୍ତମ ଭାବେ ସୁଟ୍ କରାଯାଇଛି। ଏହାର କାହାଣୀ ଆରମ୍ଭ ହୋଇଛି ପୂର୍ବ ଚଳଚ୍ଚିତ୍ରର ଦୁଇ ଦଶନ୍ଧି ପରେ। ପୂର୍ବ ଗ୍ୟାଙ୍ଗଷ୍ଟର୍ ଶିବମ ମୃତ ପ୍ରେମିକା ଆଲିୟାର ସ୍ମୃତିରେ ଏକାକୀ ଜୀବନ କାଟୁଛି।  ଏକ ପରିତ୍ୟକ୍ତ ଛୋଟ ଝିଅକୁ ପୋଷ୍ୟ ଗ୍ରହଣ କରିବା ପରେ ତା’ ଜୀବନ ବଦଳିଯାଉଛି। ଜଣେ ଇଣ୍ଟରପୋଲ୍ ଅଫିସରଙ୍କ ଅନୁରୋଧକ୍ରମେ ସେ ଶିଶୁ ଚାଲାଣ ରାକେଟ୍ ଅନୁସନ୍ଧାନ ଲାଗି ବ୍ୟାଙ୍କକ୍ ଯାଉଛି। ସେଠାରେ ମାଫିଆ ଜୋରାଵର (ପୂରନ ଗବ୍ବୀ)ର ବିଶ୍ବାସଭାଜନ ହେବା ପରେ ଶିବମ ତା’ ଭଉଣୀ ଜାରା (ଦିଶା ପଟାନୀ)ର ନିକଟତର ହେଉଛି। ଶତ୍ରୁ ପକ୍ଷରେ ଅଛି ଆଉ ଜଣେ ମାଫିଆ ନେତ୍ରୀ ନଫିସା (ଶବାନା ଆଜମୀ)। ଦ୍ବିତୀୟାର୍ଦ୍ଧରେ କେତେକ ଅପ୍ରତ୍ୟାଶିତ ମୋଡ଼ ସହିତ ଚାଲାଣର ଶିକାର ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ଶିବମ ଏକାଧିକ ଥର ନିଜ ଜୀବନକୁ ବାଜି ଲଗାଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button