ଦେଶ ବିଦେଶ

Indonesia: ବାଲିର ହିନ୍ଦୁ ପର୍ବକୁ ଅସମ୍ମାନ କରିବା ମହଙ୍ଗା ପଡ଼ିଲା: ସୁଇଜରଲ୍ୟାଣ୍ଡ ପର୍ଯ୍ୟଟକଙ୍କୁ ୧ ବର୍ଷ ଜେଲ୍‌

ଇଣ୍ଡୋନେସିଆର ବାଲି ଦ୍ୱୀପରେ ପବିତ୍ର ହିନ୍ଦୁ ପର୍ବ ‘ନ୍ୟେପି’ ବା ‘ନିରବତା ଦିବସ’କୁ ସୋସିଆଲ ମିଡିଆରେ ଅପମାନ କରିବା ମାମଲାରେ ସୁଇଜରଲ୍ୟାଣ୍ଡର ଜଣେ ୨୬ ବର୍ଷୀୟ ପର୍ଯ୍ୟଟକଙ୍କୁ ୧ ବର୍ଷ ଜେଲ୍‌ଦଣ୍ଡ ହୋଇଛି। ଡେନ୍‌ପାସାର ଜିଲ୍ଲା ଅଦାଲତ ଅଗଷ୍ଟ ୨୦ ତାରିଖ, ଗୁରୁବାର ଏହି ରାୟ ଦେଇଛନ୍ତି।

ଡେନ୍‌ପାସାର: ଇଣ୍ଡୋନେସିଆର ବାଲି ଦ୍ୱୀପରେ ପବିତ୍ର ହିନ୍ଦୁ ପର୍ବ ‘ନ୍ୟେପି’ ବା ‘ନିରବତା ଦିବସ’କୁ ସୋସିଆଲ ମିଡିଆରେ ଅପମାନ କରିବା ମାମଲାରେ ସୁଇଜରଲ୍ୟାଣ୍ଡର ଜଣେ ୨୬ ବର୍ଷୀୟ ପର୍ଯ୍ୟଟକଙ୍କୁ ୧ ବର୍ଷ ଜେଲ୍‌ଦଣ୍ଡ ହୋଇଛି। ଡେନ୍‌ପାସାର ଜିଲ୍ଲା ଅଦାଲତ ଅଗଷ୍ଟ ୨୦ ତାରିଖ, ଗୁରୁବାର ଏହି ରାୟ ଦେଇଛନ୍ତି। ଅଭିଯୁକ୍ତ ଲୁଜିଆନ୍‌ ଆନ୍ଦ୍ରିନ୍‌ ଗ୍ରାଗେନ୍‌ ନ୍ୟେପି ପାଳନ ସମୟରେ ନିୟମ ଉଲ୍ଲଂଘନ କରି ଅପମାନଜନକ ମନ୍ତବ୍ୟ ସହ ଭିଡିଓ ପୋଷ୍ଟ କରିଥିଲେ।

ଭିଡିଓଟି ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରଚାର ହେବା ପରେ ବାଲିର ସ୍ଥାନୀୟ ଲୋକେ ତୀବ୍ର ଆପତ୍ତି ଜଣାଇଥିଲେ। ଅଭିଯୋଗ ପରେ ପୁଲିସ ତାଙ୍କୁ ଖୋଜି ଲେଗିଆନ୍‌ ଅଞ୍ଚଳର ଏକ ଭିଲ୍ଲାରୁ ଗିରଫ କରିଥିଲା। ଜୁନ୍‌ ମାସରୁ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଅଦାଲତରେ ଗ୍ରାଗେନ୍‌ କହିଥିଲେ ଯେ, ସେ ହିନ୍ଦୁ ପର୍ବ କିମ୍ବା ବାଲିବାସୀଙ୍କୁ ଅପମାନ କରିବାକୁ ଚାହି ନ ଥିଲେ। ନ୍ୟେପି ସମୟରେ ଖାଦ୍ୟ ନ ମିଳିବାରୁ ସେ ଭୋକ ଓ ଅସନ୍ତୋଷରେ ଏପରି ପୋଷ୍ଟ କରିଥିବା କହିବା ସହ ଅଦାଲତରେ କ୍ଷମା ମାଗିଥିଲେ। ତଥାିପି ଇଣ୍ଡୋନେସିଆର ନୂଆ ଦଣ୍ଡବିଧି ଅନୁଯାୟୀ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୧ ବର୍ଷର ଜେଲ୍‌ଦଣ୍ଡ ଦେଇଛନ୍ତି। ନ୍ୟେପି ଦିନ ନିୟମ ଭାଙ୍ଗି ବାହାରକୁ ଯିବା ଘଟଣାରେ ପୂର୍ବରୁ କେତେକ ପର୍ଯ୍ୟଟକଙ୍କୁ ଅଟକ ରଖାଯାଇଥିଲେ ମଧ୍ୟ ଏଭଳି ମାମଲାରେ ଅଦାଲତରେ ଦଣ୍ଡିତ ହେବା ଘଟଣା ବିରଳ ବୋଲି ଜଣାପଡ଼ିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button