ଦେଶ ବିଦେଶ
Oman: ଓମାନ ବୁଲି ଯାଉଥିବା ଭାରତୀୟଙ୍କ ଗାଡ଼ି ଓଲଟି ପଡ଼ିଲା: ଜଣେ ମହିଳା ମୃତ, ୯ ଆହତ
ଓମାନର ହାଇମାରେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଣେ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ପିଲାମାନଙ୍କ ସମେତ ଅନ୍ୟ ୯ ଜଣ ଆହତ ହୋଇଥିବା ଓମାନ ପୁଲିସ ସୂଚନା ଦେଇଛି। ମୃତ ମହିଳାଙ୍କ ନାମ ସୁଲେଖା ଶାହିନ, ସେ କେରଳର କୋଲାମ ଜିଲ୍ଲାର କୁଣ୍ଡାରାର ମୂଳ ବାସିନ୍ଦା।

ସଲାଲାହ: ଓମାନର ହାଇମାରେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଣେ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ପିଲାମାନଙ୍କ ସମେତ ଅନ୍ୟ ୯ ଜଣ ଆହତ ହୋଇଥିବା ଓମାନ ପୁଲିସ ସୂଚନା ଦେଇଛି। ମୃତ ମହିଳାଙ୍କ ନାମ ସୁଲେଖା ଶାହିନ, ସେ କେରଳର କୋଲାମ ଜିଲ୍ଲାର କୁଣ୍ଡାରାର ମୂଳ ବାସିନ୍ଦା। ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ୟୁଏଇରେ ରହୁଥିବା ଦୁଇଟି ମାଲାୟାଲୀ ପରିବାରର ସଦସ୍ୟ ଥିଲେ। ଶନିବାର ସେମାନେ ଏକାଠି ଓମାନ ଯାତ୍ରା କରୁଥିବାବେଳେ ସୁଲତାନ ସୈଦ ବିନ୍ ତୈମୁର ଷ୍ଟ୍ରିଟରେ ଗାଡ଼ିଟି ରାସ୍ତାରୁ ଓଲଟି ପଡ଼ିଥିଲା।
ସୌଜନ୍ୟ ସମ୍ବାଦ




