ଦେଶ ବିଦେଶ

Donald trump: ଟ୍ରମ୍ପଙ୍କ ଟ୍ରେଡିଂ ମୋହ -ଭିସା, ମାଷ୍ଟରକାର୍ଡ, ମେଟାରେ କାରବାର

ସେୟାର ବଜାରରେ ନିବେଶ ବା ଟ୍ରେଡିଂ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅହେତୁକ ଦୁର୍ବଳତା ରହିଛି। ତାଙ୍କର କିଛି ନିଷ୍ପତ୍ତି ସେୟାର ବଜାରରେ ହଇଚଇ ମଧ୍ୟ ସୃଷ୍ଟି କରୁଛି।

ନୂଆଦିଲ୍ଲୀ: ‌ସେୟାର ବଜାରରେ ନିବେଶ ବା ଟ୍ରେଡିଂ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅହେତୁକ ଦୁର୍ବଳତା ରହିଛି। ତାଙ୍କର କିଛି ନିଷ୍ପତ୍ତି ସେୟାର ବଜାରରେ ହଇଚଇ ମଧ୍ୟ ସୃଷ୍ଟି କରୁଛି। ଅଭିଯୋଗ ରହିଛି ଯେ ରାଷ୍ଟ୍ରପତି ଭଳି ଏତେ ବଡ଼ ପଦରେ ରହି ସେ ସରକାରୀ ନୀତି ବିଷୟରେ ସବୁ ଜାଣୁଛନ୍ତି ଓ ସେହି ଅନୁସାରେ ସେୟାର ଟ୍ରେଡିଂ କରୁଛନ୍ତି। କିନ୍ତୁ ହ୍ବାଇଟ୍‌ ହାଉସ୍‌ ତରଫରୁ ସେହି ଅଭିଯୋଗକୁ ଅସ୍ବୀକାର କରାଯାଇଛି। ଗତ ଜୁନ ମାସ‌ରେ ‌ସେ ୧୦୦୦ରୁ ଅଧିକ ଥର ପ୍ରତିଭୂତି କାରବାର କରିଥିଲେ। ଏହି ମାସରେ ସେ ବର୍କସାୟାର ହାଥ୍‌ୱେ, ଭିସା, ମାଷ୍ଟରକାର୍ଡ, ପାଲାଣ୍ଟିର, ମେଟା, କଏନବେସ୍‌, ହୋମ୍‌ ଡିପୋ ଓ ‌କିଛି ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡରେ କାରବାର କରିଥିଲେ। ତେବେ ସେ କରିଥିବା ଟ୍ରେଡିଂର ମୂଲ୍ୟ କେତେ ଥିଲା ତାହା ଘୋଷଣା କରାଯାଇନାହିଁ।

ପାଲାଣ୍ଟିର ନାମକ ସଫ୍ଟୱେର କମ୍ପାନିର ସେୟାରରେ ସେ ଜୁନ ମାସରେ ଏକାଧିକ ଥର କାରବାର କରିଥିଲେ। ଜୁନ ୩ରେ ସେ ଉକ୍ତ କମ୍ପାନିର ଅଳ୍ପ ସେୟାର କିଣିଥିଲେ। ଏହା ପରେ ଜୁନ ୧୬ ଓ ୧୮ରେ ଅଧିକ ସେୟାର ବିକିଥିଲେ। ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ସହମତି ହେବା ପରେ ସେ ପୁଣି ଜୁନ ୨୩ ଓ ୨୪ରେ ସେହି ସଂସ୍ଥାର ସେୟାର କିଣଥିଲେ। ବର୍କସାୟାର ହାଥୱେ ସେୟାରରେ ସେ ୫ ନିୟୁତ ଡଲାର ନିବେଶ କରିଥିଲେ ଓ ଅଳ୍ପ କିଛି ସେୟାର ବିକ୍ରି ମଧ୍ୟ କରିଥିଲେ। ଜୁନ ୧୮ରେ ସେ ମେଟାର ୫ ନିୟୁତ ଡଲାରର ସେୟାର ବିକିଥିଲେ ଓ ପରବର୍ତ୍ତୀ ସମୟରେ ଉକ୍ତ ସଂସ୍ଥାର କିଛି ସେୟାର କିଣିଥିଲେ। ଜୁନ ୨୨ରେ ଭ୍ୟାନ୍‌ଗାର୍ଡ ଗ୍ରୁପ୍‌ ଇଟିଏଫ୍‌ର ସେ ୨୫ ନିୟୁତ ଡଲାର ପର୍ଯ୍ୟନ୍ତ ବିକ୍ରି କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button