ଦେଶ ବିଦେଶ

Vande mataram: ରାହୁଲ ଗାନ୍ଧୀଙ୍କୁ ସ୍ମୃତି ଇରାନୀଙ୍କ ଚାଲେଞ୍ଜ: ୩୩% ମହିଳା ସଂରକ୍ଷଣ ତୁରନ୍ତ ଲାଗୁ କରିବାକୁ ସମର୍ଥନ

ବିଜେପି ରାଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ ରବିବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଚାଲେଞ୍ଜ କରି ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣର ଶୀଘ୍ର କାର୍ଯ୍ୟକାରିତାକୁ ସମର୍ଥନ କରିବାକୁ ଓ କଂଗ୍ରେସ କାର୍ଯ୍ୟାଳୟରେ ଦେବୀ ଦୁର୍ଗାଙ୍କ ଆବାହନ...

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ ରବିବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଚାଲେଞ୍ଜ କରି ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣର ଶୀଘ୍ର କାର୍ଯ୍ୟକାରିତାକୁ ସମର୍ଥନ କରିବାକୁ ଓ କଂଗ୍ରେସ କାର୍ଯ୍ୟାଳୟରେ ଦେବୀ ଦୁର୍ଗାଙ୍କ ଆବାହନ ସହିତ ‘ବନ୍ଦେ ମାତରମ୍’ର ପୂର୍ଣ୍ଣ ପରିବେଷଣ ଆୟୋଜନ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି। ଶନିବାର ପୁଣେରେ ‘ଛତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ସମାଜରେ ପୁରୁଷଙ୍କ ପ୍ରାଧାନ୍ୟକୁ ଭାଙ୍ଗିବାକୁ ରାହୁଲ ଆହ୍ୱାନ ଦେଇଥିଲେ।

ରାହୁଲ ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ‘ଭାରତର ଶକ୍ତି’ ଭାବରେ ବର୍ଣ୍ଣନା କରିଥିଲେ ଓ ମହିଳାମାନଙ୍କ ବିରୋଧରେ ହିଂସାକୁ ନିନ୍ଦା କରିଥିଲେ। ସ୍ମୃତି ଇରାନୀ କହିଛନ୍ତି, କଂଗ୍ରେସ ନେତା ତାଙ୍କ କଥାକୁ କାର୍ଯ୍ୟରେ ପରିଣତ କରି ମହିଳା ସଂରକ୍ଷଣ ବିଲ୍‌ ତୁରନ୍ତ ଲାଗୁ କରିବାକୁ ସମର୍ଥନ ଦିଅନ୍ତୁ। ପୂର୍ବତନ ଆମେଠି ସାଂସଦ କଂଗ୍ରେସ ମୁଖ୍ୟାଳୟରେ ଦେବୀ ଦୁର୍ଗାଙ୍କ ଆବାହନ ସହିତ ବନ୍ଦେ ମାତରମର ପୂର୍ଣ୍ଣ ପରିବେଷଣ ଆୟୋଜନ କରିବାକୁ ମଧ୍ୟ ଚାଲେଞ୍ଜ ଦେଇଥିଲେ। କଂଗ୍ରେସ ‘ବନ୍ଦେ ମାତରମ୍‌’ର କେବଳ ଦୁଇଟି ପଦ ଗାଇବାକୁ ନେଇ ବିଜେପି ତୀବ୍ର ସମାଲୋଚନା କରିବା ସହିତ ଜାତୀୟ ଗୀତ ପ୍ରତି ଏହା ଅସମ୍ମାନ ବୋଲି କହିଆସୁଛି।
ସ୍ମୃତି ଇରାନୀ ଏହି ଅବସରରେ ମହିଳାମାନଙ୍କୁ ପୂଜା କରିବାର ହିନ୍ଦୁ ପରମ୍ପରାକୁ କଥା ମଧ୍ୟ ଉଲ୍ଲେଖ କରି କହିଛନ୍ତି, ଆମର ହିନ୍ଦୁ ଧାର୍ମିକ ନୀତି ଯେଉଁଠାରେ ମହିଳାମାନଙ୍କୁ ସମ୍ମାନ କରାଯାଏ, ସେଠାରେ ଦେବତା ବାସ କରନ୍ତି’ ନୀତିକୁ ବଜାୟ ରଖେ ନାହିଁ, ବରଂ ଆମେ ଭଗବତୀ, ଲକ୍ଷ୍ମୀ ଓ ସରସ୍ୱତୀ ଭଳି ଦେବୀମାନଙ୍କୁ ମଧ୍ୟ ପୂଜା କରୁ।’ ଶନିବାର ଯୁବ ପ୍ରସାର କାର୍ଯ୍ୟକ୍ରମରେ ରାହୁଲ କହିଥିଲେ ଯେ, ସମାଜରେ ମହିଳାମାନଙ୍କୁ ପ୍ରଗତିରୁ ରୋକିବା ପାଇଁ ହିଂସାକୁ ମାଧ୍ୟମ କରାଯାଉଛି। ସେ ମହିଳାଙ୍କୁ ଦେଶର ସବୁଠାରୁ ବଡ଼ ସମ୍ପତ୍ତି ବୋଲି ବର୍ଣ୍ଣନା କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button