ଦେଶ ବିଦେଶ

Threat Letter: କାଶ୍ମୀର ପଣ୍ଡିତ ପରିବାରଙ୍କୁ ନୂଆ ଧମକ: ଚିଠିରେ ନାମ, ଘର ଠିକଣା ଏବଂ ରାସ୍ତା ନମ୍ବର ମଧ୍ୟ ଉଲ୍ଲେଖ

କାଶ୍ମୀର ପଣ୍ଡିତ କର୍ମଚାରୀମାନଙ୍କୁ ପୁଣି ଥରେ ଧମକ ଦିଆଯାଇଛି। ଏଥର ଧମକପୂର୍ଣ୍ଣ ଚିଠିରେ ଟାର୍ଗେଟ କରାଯାଇଥିବା ବ୍ୟକ୍ତିବିଶେଷଙ୍କ ନାମ,ଘର ଠିକଣା ଏବଂ ରାସ୍ତା ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି।

ଶ୍ରୀନଗର: କାଶ୍ମୀର ପଣ୍ଡିତ କର୍ମଚାରୀମାନଙ୍କୁ ପୁଣି ଥରେ ଧମକ ଦିଆଯାଇଛି। ଏଥର ଧମକପୂର୍ଣ୍ଣ ଚିଠିରେ ଟାର୍ଗେଟ କରାଯାଇଥିବା ବ୍ୟକ୍ତିବିଶେଷଙ୍କ ନାମ,ଘର ଠିକଣା ଏବଂ ରାସ୍ତା ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି। ଗୁଇନ୍ଦା ସୂତ୍ର ଅନୁସାରେ ଏହି ପଦକ୍ଷେପକୁ ସରକାରଙ୍କ ପ୍ରୋତ୍ସାହନରେ ଭିଟାମାଟିକୁ ବାହୁଡ଼ିବାକୁ ଚାହୁଁଥିବା ପରିବାରଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ଏକ ମନସ୍ତାତ୍ତ୍ୱିକ ଯୁଦ୍ଧ ବୋଲି କୁହାଯାଉଛି। ଏହା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। କାଶ୍ମୀର ପଣ୍ଡିତମାନଙ୍କୁ ଧମକ ଦେବା ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ଧମକ ଦିଆଯାଇଛି। ଚିଠିରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତମାନଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ସେମାନେ ଦିଲ୍ଲୀରେ ସେମାନଙ୍କ ମାଲିକଙ୍କ ଇଙ୍ଗିତରେ କାମ କରୁଛନ୍ତି। ୟୁନାଇଟେଡ୍ ଲିବରେସନ୍ କାଉନସିଲ୍(ୟୁଏଲସି) ଗ୍ରୁପ୍ ନାମରେ ଅନଲାଇନରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଅହମଦ ବିଲାଲ୍ ନାମରେ ସେୟାର କରାଯାଇଥିବା ଚିଠିରେ କୁହାଯାଇଛି,ମୁଁ ଆପଣଙ୍କୁ ପୂର୍ବରୁ ଚେତାବନୀ ଦେଇସାରିଛି, ଏବଂ ଆମେ ଏସବୁ ଲୋକଙ୍କର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖୁଛୁ।

ଅଧିକାରୀମାନଙ୍କୁ ଟାର୍ଗେଟ କରି ଏହି ଧମକ ଭରା ଚିଠି

ଚିଠିରେ ଉଲ୍ଲେଖ ଅଛି ଯେ, କାଶ୍ମୀର ଛାଡି ନଥିବା କାଶ୍ମୀର ପଣ୍ଡିତମାନେ ସୁରକ୍ଷିତ। ତେବେ ଯେଉଁମାନେ ଛାଡିଛନ୍ତି ସେମାନେ ଆରଏସଏସ ଏଜେଣ୍ଡା ଅନୁସରଣ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ଚିଠିରେ ୟୁନାଇଟେଡ୍ ଲିବରେସନ୍ କାଉନସିଲ୍‌କୁ ଲସ୍କର-ଏ-ତୈବାର ଏକ ଫ୍ରଣ୍ଟ୍ ଭାବରେ ଦର୍ଶାଯାଇଛି। ଏହା କାଶ୍ମୀର ପଣ୍ଡିତମାନଙ୍କୁ ଭୟଭୀତ କରିବାର ଏକ ପ୍ରୟାସ। ପୂର୍ବ ଚିଠିରେ କିଛି ରାଜସ୍ୱ ବିଭାଗର କର୍ମଚାରୀଙ୍କ ନାମ ଲେଖାଯାଇଥିଲା ଏବଂ ସେମାନଙ୍କର ଫୋନ୍ ନମ୍ବର ପ୍ରକାଶିତ ହୋଇଥିଲା। ପୁଲିସ ସୂତ୍ର ଅନୁଯାୟୀ, ଆତଙ୍କବାଦୀଙ୍କ ସହ ଜଡିତ ସମ୍ପତ୍ତି ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଧିକାରୀମାନଙ୍କୁ ଟାର୍ଗେଟ କରି ଏହି ଧମକ ଭରା ଚିଠି ପଠାଯାଇଥିଲା।

ଜୁଲାଇ ୩୧ ତାରିଖରେ ଦକ୍ଷିଣ କାଶ୍ମୀରର କୁଲଗାମର ଏକ ଇଟା ଭାଟିରେ ଆତଙ୍କବାଦୀଙ୍କ ଦ୍ୱାରା ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ହତ୍ୟା ହେବାର କିଛି ଦିନ ପରେ ପ୍ରଥମ ଧମକ ଆସିଥିଲା। ଅଧିକାରୀଙ୍କ ଅନୁଯାୟୀ, ଜୁଲାଇ ମାସରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ବୁରହାନ ୱାନିଙ୍କ ମୃତ୍ୟୁ ବାର୍ଷିକୀ ଉପଲକ୍ଷେ ଏକ ପୋଷ୍ଟର ଜାରି କରି ୟୁଏଲସି ପ୍ରଥମେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button