ରାଜ୍ୟ

Guinness world record: ଗିନିଜ୍ ୱ।ର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଲେ ରାଇରଙ୍ଗପୁରର କୌଶିକ

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ମାଟିର ପୁଅ କୌଶିକଙ୍କୁ ଗିନିଜ୍ ୱ।ର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଶିକ୍ଷା ତଥା ଅତିରିକ୍ତ ପାଠ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ହାସଲ କରି ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଶିକ୍ଷା...

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ମାଟିର ପୁଅ କୌଶିକଙ୍କୁ ଗିନିଜ୍ ୱ।ର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଶିକ୍ଷା ତଥା ଅତିରିକ୍ତ ପାଠ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ହାସଲ କରି ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ (ସିୟୁଜେ)ର ଶିକ୍ଷା ବିଭାଗର ଇଣ୍ଟିଗ୍ରେଟେଡ୍ ବି.ଏ. ବି.ଏଡ୍. ର ଛାତ୍ର କୌଶିକ କୁମାର ହୋତା ଗିନିଜ୍ ୱାଲ୍ଡ ରେକର୍ଡସ୍‌ରୁ ଆନୁଷ୍ଠାନିକ ସ୍ବୀକୃତି ହୋତା ଲାଭ କରି ନିଜ ସଫଳତାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛନ୍ତି। ଭାରତ ସର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ଯୁବ ବ୍ୟାପାର ବିଭାଗ ଦ୍ବାରା ‘ମେରା ଯୁବା ଭାରତ’ (ମାଇ ଭାରତ) ପୋର୍ଟାଲ ମାଧ୍ଯମରେ ଆୟୋଜିତ ଐତିହାସିକ ଜାତୀୟ କାର୍ଯ୍ୟକ୍ରମ ‘ଦି ମୋଷ୍ଟ ୟୁଜର ଟୁ ଟେକ ଏନ ଅନଲାଇନ କୁଇଜ ଇନ ୱାନ ଉଇକ’ରେ କୌଶିକ ଅଂଶଗ୍ରହଣ କରିଥିଲେ।

ସାରା ଦେଶରୁ ୩,୯୦,୮୧୨ ଜଣ ପ୍ରତିଯୋଗୀଙ୍କ ଅଂଶଗ୍ରହଣରେର ସୃଷ୍ଟି ହୋଇଥିବା ଏହି ବିଶାଳ ରେକର୍ଡକୁ ଆନୁଷ୍ଠାନିକ ୪ ଜୁନ୍ ୨୦୨୬ରେ ଆନୁଷ୍ଠା ଭାବେ ପ୍ରମାଣିତ ଏବଂ ସ୍ବୀକୃତି ପ୍ରଦାନ କରାଯାଇଛି। ପୂର୍ବରୁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍, ଏସିଆ ବୁକ୍ ଅଫ୍ ରେକର୍ଡସ୍, ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡସ୍, ଆମେରିକା ବୁକ୍ ଅଫ୍ ରେକର୍ଡସ୍ ଏବଂ ଗୋଲ୍ଡେନ୍ ବ୍ଲକ୍ ଅଫ୍ ରେକର୍ଡସ୍ ଭଳି ଅନେକ ପ୍ରତିଷ୍ଠିତ ରେକର୍ଡ ପୁସ୍ତକରେ ନିଜ ନାମ ସ୍ଥାନିତ କରିସାରିଛନ୍ତି।

ସେ ଅବସରପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ହରୀଶ ଚନ୍ଦ୍ର ହୋତା ଏବଂ ଶିକ୍ଷୟିତ୍ରୀ ଅନୁପମା ନନ୍ଦଙ୍କ ପୁତ୍ର। ଏନେଇ କୌଶିକଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button