ମନୋରଞ୍ଜନ

Kerala: ଜୟପୁରରେ ୫୨ ପ୍ରତିଯୋଗୀଙ୍କୁ ପଛରେ ପକାଇ କେରଳର ୧୯ ବର୍ଷୀୟା କୈଜିଆଙ୍କ ମୁକୁଟ ବିଜୟ

କେରଳର ୧୯ ବର୍ଷୀୟ କୈଜିଆ ଲିଜ୍ ମେଜୋ ‘ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬’ର ମୁକୁଟ ହାସଲ କରିଛନ୍ତି। ରବିବାର ରାତିରେ ରାଜସ୍ଥାନର ଜୟପୁରସ୍ଥିତ ଜି ଷ୍ଟୁଡିଓଜ୍‌ରେ ଆୟୋଜିତ ଭବ୍ୟ ଫାଇନାଲରେ ସେ ଦେଶର ୫୨ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି।

ଜୟପୁର: କେରଳର ୧୯ ବର୍ଷୀୟ କୈଜିଆ ଲିଜ୍ ମେଜୋ ‘ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬’ର ମୁକୁଟ ହାସଲ କରିଛନ୍ତି। ରବିବାର ରାତିରେ ରାଜସ୍ଥାନର ଜୟପୁରସ୍ଥିତ ଜି ଷ୍ଟୁଡିଓଜ୍‌ରେ ଆୟୋଜିତ ଭବ୍ୟ ଫାଇନାଲରେ ସେ ଦେଶର ୫୨ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି। ପ୍ରତିଯୋଗିତାର ଟପ୍-୫ରେ ତାମିଲନାଡୁର ବୈଷ୍ଣବୀ ଗଣେଶ, ମହାରାଷ୍ଟ୍ରର ତେଜସ୍ୱିନୀ ଶ୍ରୀବାସ୍ତବ, କେରଳର କୈଜିଆ ଲିଜ୍ ମେଜୋ, ଗୁଜରାଟର ଅନୁଶ୍ରୀ ସତୱାଲେକର ଏବଂ ଉତ୍ତରାଖଣ୍ଡର ଅନୁଭା ବଶିଷ୍ଠ ସ୍ଥାନ ପାଇଥିଲେ। ଶେଷ ପର୍ଯ୍ୟାୟରେ ୪୦ ସେକେଣ୍ଡ ମଧ୍ୟରେ କ୍ଲୋଜିଂ ରିମାର୍କ ଦେବାର ଚ୍ୟାଲେଞ୍ଜରେ କୈଜିଆ ନିଜର ଦକ୍ଷତା ପ୍ରମାଣ କରି ବିଜୟୀ ହୋଇଥିଲେ।

ବିଜୟୀ କୈଜିଆଙ୍କୁ ତାଜ ପିନ୍ଧାଇଲେ ପୂର୍ବତନ ମିସ୍ ୟୁନିଭର୍ସ ଇଣ୍ଡିଆ ମନିକା ବିଶ୍ୱକର୍ମା

ଫାଇନାଲରେ କୈଜିଆ ଏବଂ ବୈଷ୍ଣବୀ ଗଣେଶଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଉଭୟେ ଟପ୍-୨ରେ ପହଞ୍ଚିଥିଲେ। ଶେଷରେ କୈଜିଆ ବିଜୟୀ ହୋଇଥିବାବେଳେ ବୈଷ୍ଣବୀ ଫାଷ୍ଟ ରନର୍ସ-ଅପ୍ ହୋଇଛନ୍ତି। ଗୁଜରାଟର ଅନୁଶ୍ରୀ ସତୱାଲେକର ସେକେଣ୍ଡ ରନର୍ସ-ଅପ୍, ମହାରାଷ୍ଟ୍ରର ତେଜସ୍ୱିନୀ ଶ୍ରୀବାସ୍ତବ ଥାର୍ଡ ରନର୍ସ-ଅପ୍ ଏବଂ ଉତ୍ତରାଖଣ୍ଡର ଅନୁଭା ବଶିଷ୍ଠ ଚତୁର୍ଥ ରନର୍ସ-ଅପ୍ ହୋଇଛନ୍ତି। ପୂର୍ବତନ ମିସ୍ ୟୁନିଭର୍ସ ଇଣ୍ଡିଆ ମନିକା ବିଶ୍ୱକର୍ମା ବିଜୟୀ କୈଜିଆଙ୍କୁ ତାଜ ପିନ୍ଧାଇଥିଲେ।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button