ଦେଶ ବିଦେଶ

ପ୍ରତିରକ୍ଷା ଚୁକ୍ତି ଆଳରେ ଅସ୍ତ୍ରଶସ୍ତ୍ର ଠୁଳ କରୁଛି ପାକିସ୍ତାନ

ଇସଲାମାବାଦ : ପ୍ରତିରକ୍ଷା ଚୁକ୍ତି ଆଳରେ ପାକିସ୍ତାନ ଅସ୍ତ୍ରଶସ୍ତ୍ର ଠୁଳ କରୁଛି। ସାଉଦି ଆରବ ଓ ତୁର୍କୀଠାରୁ ଡ୍ରୋନ ଓ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଣୁଛି। ଏହି କ୍ରମରେ ଗତ ୧୯ରୁ ୨୧ ତାରିଖ ମଧ୍ୟରେ ତୁର୍କୀର ଅନେକ ସାମରିକ ବିମାନ ପାକିସ୍ତାନର ଅଲଗା ଅଲଗା ସାମରିକ ଘାଟୀରେ ଅବତରଣ ଓ ଉଡ଼ାଣ କରିଥିଲା। ଏଥିରେ ସି-୧୩୦ ସାମରିକ ପରିବହନ ବିମାନ ଓ ଏ-୪୦୦-ଏମ ଜମ୍ବୋ ମିଲିଟାରୀ ବିମାନ ସାମିଲ ଥିଲା। ରାଓଲପିଣ୍ଡିର ନୁରଖାନ ଓ କରାଚୀର ମସରୁର ସାମରିକ ଘାଟୀକୁ ତୁର୍କୀର ସି-୧୩୦ ବିମାନ କ୍ରମାଗତ ଭାବେ ଚଳପ୍ରଚଳ କରୁଛି। ଏ-୪୦୦ ମୁରିଦ ଏୟାରବେସରେ ପହଞ୍ଚିଛି। ରେଡିଓ ବାର୍ତ୍ତାରୁ ଏହା ଜଣାପଡ଼ିଛି। ଏହି ବିମାନ ମାଧ୍ୟମରେ ପାକିସ୍ତାନକୁ ତୁର୍କୀ ବିପୁଳ ଡ୍ରୋନ ପଠାଇଛି। ଉପଗ୍ରହ ଟ୍ରାକିଂରୁ ବର୍ତ୍ତିବା ଲାଗି ରାତିରେ ଏହି ବିମାନ ପାକିସ୍ତାନରେ ଓହ୍ଲାଇ ଥିଲା। ଏହି ସବୁ ଡ୍ରୋନକୁ ବହାବଲପୁର, ରାଓଲପିଣ୍ଡିର ସେନା ପଣ୍ୟଗାରରେ ରଖାଯାଇଛି। ଆତଙ୍କବାଦୀକୁ ସମର୍ଥନ ଦେଉଥିବା ଏହି ଦେଶକୁ ତୁର୍କୀ ଏଆଇ ଗାଇଡେଡ କେମାଙ୍କେ କ୍ରୁଜ ମିସାଇଲ, ବାୟରକ୍ତାର ଟିବି୨ ଓ ଅଙ୍କିସି ଡ୍ରୋନ ଦେଇଛି। ଏଫ-୧୬ ବିମାନ ଅପଗ୍ରେଡ କରିବାକୁ ମଧ୍ୟ ତୁର୍କୀ ସହାୟତା କରିଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button